ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପୁଅ ତଥା କର୍ଣ୍ଣାଟକାର ପୂର୍ବତନ ମନ୍ତ୍ରୀ ପ୍ରିୟଙ୍କ ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ଷେପ କରିଛନ୍ତି। କିଛି ଦିନ ତଳେ ସିନୟର ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଷାକ୍ତ ସାପ କହିଥିଲେ। ଏବେ ଜୁନିୟର ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଯୋଗ୍ୟ ବା ନାଲାୟକ ପୁଅ କହିଛନ୍ତି।
କାଲାବର୍ଗିରେ ଆୟୋଜିତ ଗୋଟିଏ ରାଲିରେ ପ୍ରିୟଙ୍କ ଖଡଗେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଏଠାକୁ ଆସିଥିଲେ ସେତେବେଳେ କହିଥିଲେ ଯେ ‘ଆପଣମାନେ ସମସ୍ତେ ଡରନ୍ତୁ ନାହିଁ। ବଞ୍ଜାରା ସଂପ୍ରଦାୟର ଜଣେ ପୁଅ ଦିଲ୍ଲୀରେ ବସିଛନ୍ତି।’ ହେଲେ ଏମିତି ଅଯୋଗ୍ୟ ବା ନାଲାୟକ ପୁଅ ବସିବ ଯଦି, ତା’ହେଲେ ଘର କେମିତି ଚାଲିବ?”
ପ୍ରିୟଙ୍କ ଏଥର କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ଚିତ୍ତାପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ତାଙ୍କର ନାଲାୟକ ପୁଅ ବୟାନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ବିଜେପି ଏହାକୁ ଆଧାର କରି କଂଗ୍ରେସ ନେତାମାନେ ମାନସିକସ୍ତରରେ ଦେବାଳିଆ ହୋଇଯାଇଥିବା କହିଛି।
ବିବାଦ ବଢ଼ୁଥିବାର କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକା ବିଧାନସଭାର ବିରୋଧୀ ଦଳ ନେତା ସିଦ୍ଦରମୈୟା ଜୁନିୟର ଖଡଗେଙ୍କ ବୟାନ ପାଇଁ ଦୁଃଖପ୍ରକାଶ କରିଛନ୍ତି। ହେଲେ ସିନିୟର ଖଡଗେ ପୁଅର ବୟାନରେ ତାଳି ପକାଇଛନ୍ତି। ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ତାଙ୍କ ପୁଅ କେବେ ହେଲେ ଏମିତି କଥା କହିନାହାନ୍ତି। ତାଙ୍କ ମୁହଁରେ ନିଜର କଥା ଭର୍ତ୍ତି କରନ୍ତୁ ନାହିଁ। ଜାଣୁଣୁଣି ସବୁଆଡ଼େ ଭୁଲ ବୟାନକୁ ପ୍ରଚାର କରାଯାଉଥିବା ଖଡଗେ କହିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6RYvkr8
No comments:
Post a Comment