ବୌଦ୍ଧର ରାଧାନଗର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଦ୍ରୁତଗତିରେ ଆସି ଏକ ଚାଳଛପର ଘର ଭିତରେ ପଶିଯିବାରୁ ଘରଟି ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ତା’ଭିତରେ ଶୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ପାଣେଶ୍ୱରୀ ଧଳ।
ଦୁର୍ଘଟଣାସ୍ଥଳର ଚିତ୍ରକାରଟି ଚାରିଛକ ପଟୁ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘର ଭିତରେ ପଶି ଯାଇଥିଲା। ଘର ଭିତରେ ପଶିଯିବା ପରେ କାରଟି ଓଲଟି ପଡ଼ିଥିଲା। ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
କାର ପଶିଯିବାରୁ ଘର ଭାଙ୍ଗି ଯାଇଛି।ଏହି ଘଟଣାପରେ ସ୍ଥାନୀୟ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ୫୭ତମ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ସେମାନେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛନ୍ତି। ବୌଦ୍ଧ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/TqziXrU
No comments:
Post a Comment