୨୦ ନେଇ କାମ କଲେନି, ଆଉ ୧୫ ମାଗି ଫସିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 21, 2023

୨୦ ନେଇ କାମ କଲେନି, ଆଉ ୧୫ ମାଗି ଫସିଗଲେ

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ଥିତ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ଼। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

କିରାଣି ଗୋଲକ ବିହାରୀ ପୋଢ଼ ଜଣେ ଲାଇଭ ଷ୍ଟକ ଇନ୍ସପେକ୍ଟରଙ୍କ ବକେୟା ଦରମା କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ଉକ୍ତ ଲାଇଭ ଷ୍ଟକ ଇନ୍ସପେକ୍ଟର ସେଥିପାଇଁ ତାଙ୍କୁ ୨୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ୨୦ ହଜାର ଟଙ୍କା ନେବା ପରେ ବି ଗୋଲକ ବିହାରୀ ପାଢ଼ି ତାଙ୍କ କାମ କରି ନଥିଲେ। ଆଉ ୧୫ ହଜାର ଟଙ୍କା ଦେଲେ ବକେୟା ଦରମା କରାଇ ଦେବେ ବୋଲି ସେ କହିଥିଲେ।

ଏହା ପରେ ଉକ୍ତ ଲାଇଭ ଷ୍ଟକ ଇନ୍ସପେକ୍ଟର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଲାଇଭ ଷ୍ଟକ ଇନ୍ସପେକ୍ଟର ଜଣଙ୍କ ଆଜି କିରାଣି ଗୋଲକ ବିହାରୀ ପୋଢ଼ଙ୍କୁ ଭେଟି ୧୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଗୋଲକ ବିହାରୀ ପାଢ଼ି ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଗୋଲକ ବିହାରୀ ପାଢ଼ିଙ୍କ ନିକଟରୁ ଭିଜିଲାନ୍ସ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଥିବା ବେଳେ ତାଙ୍କୁ ଗିରଫ କରିଛି।

ଗୋଲକ ବିହାରୀ ପୋଢ଼ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vS0TqBh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages