ରାଜ୍ୟରେ ଚାଲିଛି କି ତାଲିବାନୀ ଶାସନ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 21, 2023

ରାଜ୍ୟରେ ଚାଲିଛି କି ତାଲିବାନୀ ଶାସନ?

ରାଜ୍ୟରେ ଚାଲିଛି କି ତାଲିବାନୀ ଶାସନ ? ଗଂଜାମ ଓ ଢେଙ୍କାନାଳରେ ଚୋର ସନ୍ଦେହରେ ଦୁଇ ଜଣଙ୍କୁ ପିଟି ପିଟି ମାରିଦେବା ଘଟଣା ପରେ ଉଠିଛି ଏଭଳି ପ୍ରଶ୍ନ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟି ପିଟି ହତ୍ୟା କରାଯାଇଥିବା ବେଳେ ପୁଲିସ୍ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିସାରିଲାଣି। ଏହି ଘଟଣାର ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓଟି ଉକ୍ତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯିବାର ବୋଲି ପୁରୁଷୋତ୍ତମପୁର ଥାନା ପୁଲିସ ସ୍ପଷ୍ଟ କରିଛି।

ଭିଡିଓଟି ଦେଖିଲେ ରୋମ ଟାଙ୍କୁରି ଉଠିବ। ଅତି ନୃଶଂସ ଭାବରେ ସମସ୍ତଙ୍କ ସମ୍ମୁଖରେ ଉକ୍ତ ଯୁବକଙ୍କୁ ମାଡ଼ ମରାଯାଉଛି। କିଏ ଗୋଇଠା ମାରୁଛି ତ କିଏ ଠେଙ୍ଗାରେ ପିଟୁଛି, ପୁଣି କିଏ ପଥରରେ ଆକ୍ରମଣ କରୁଛି। ଯୁବକ ଜଣଙ୍କ ଯେତେ କାକୁତିମିନତି ହେଲେ ମଧ୍ୟ କେହି ଶୁଣୁ ନାହାନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ସେଠାରେ ଗାଁର ବହୁ ଲୋକ ରୁଣ୍ଡ ହୋଇଥିଲେ ହେଁ କେହି ମାନବିକତା ଦେଖାଇ ମାଡ଼ ଖାଉଥିବା ଯୁବକଙ୍କୁ ବଞ୍ଚାଇବାକୁ ଆଗେଇ ଆସି ନାହାନ୍ତି। ଆହୁରି ମଧ୍ୟ ଏଭଳି ନୃଶଂସ ଘଟଣା ଚାଲିଥିବା ବେଳେ ସେଠାରେ ଗାଁର ଅନେକ ଛୋଟ ଛୋଟ ପିଲା ମଧ୍ୟ ଉପସ୍ଥିତ ଥିଲେ।

ମୃତ ବ୍ୟକ୍ତିଙ୍କ ନାଁ ବାହୁଡ଼ା ସାହୁ। ତାଙ୍କ ଘର ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ବାଦୁରାଗଡ଼ ଗାଁରେ। ଗତ ବୁଧବାର ସେ ଜଣେ ସାଙ୍ଗ ଘରକୁ ଯାଉଛନ୍ତି କହି ଘରୁ ବାହାରିଥିଲେ। ତା’ ପରଦିନ ଅର୍ଥାତ ଗୁରୁବାର ସକାଳେ ଚୋର ସନ୍ଦେହରେ ଚିଙ୍ଗୁଡ଼ିଘାଇ ଗାଁର କିଛି ଲୋକ ତାଙ୍କୁ ଚୋର ସନ୍ଦେହରେ ଅଟକ ରଖିଥିଲେ। ପରେ ତାଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ମମ ଭାବେ ପିଟିବା ପରେ ନିକଟସ୍ଥ ସ୍କୁଲ ପାଖରେ ଫୋପାଡ଼ି ଦେଇଥିଲେ। କିଛି ସମୟରେ ବାହୁଡ଼ାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ମୃତଦେହ ଜବତ କରିବା ସହିତ ବାହୁଡ଼ା ସାହୁଙ୍କୁ ଚିହ୍ନଟ କରି ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା। ବାହୁଡ଼ାଙ୍କ ଭାଇଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରି ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ କିଛି ଅଭିଯୁକ୍ତଙ୍କୁ ଖୋଜୁଛି।

ଏହି ଘଟଣାକୁ ନେଇ ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଚିଙ୍ଗୁଡ଼ିଘାଇରେ ଗ୍ରାମ୍ୟ ପୁଲିସ ସମିତି ଥାଇ ସୁଦ୍ଧା ପୁଲିସ କେମିତି ସୂଚନା ପାଇପାରିଲା ନାହିଁ। ସୂଚନା ଥାଇ ମଧ୍ୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଲା ନାହିଁ ବୋଲି କୁହାଯାଉଛି। ଯଦି ପୁଲିସ ଠିକ୍ ସମୟରେ ପହଞ୍ଚି ଥାଆନ୍ତା ହୁଏତ ଉକ୍ତ ଯୁବକଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା।

ଅନ୍ୟପକ୍ଷରେ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ କହିଛନ୍ତି, ଥାନାକୁ ଖବର ଦେଇଥିଲେ ପୁଲିସ ନିଶ୍ଚିତ ଭାବେ ଗାଁକୁ ଯାଇ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଥାଆନ୍ତା। କିନ୍ତୁ ଦୁର୍ଭାଗ୍ୟବଶତଃ କେହି ଏ ବିଷୟରେ ଖବର ଦେଇ ନଥିଲେ।

ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗାଁରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି। ଡେଙ୍ଗବୋରେଇ ଗାଁରେ ହେମନ୍ତ ରାଉତଙ୍କ ଫାର୍ମରୁ କିଛି ଯନ୍ତ୍ରାଂଶ ଓ ସିସିଟିଭି ଚୋରି ହୋଇଥିଲା। ଏଥିରେ ଗାଁର ଅକ୍ଷୟ ପଣ୍ଡା ଓ ଲିପୁ ନାମକ ଯୁବକଙ୍କ ସମ୍ପୃକ୍ତି ଥିବା ନେଇ ହେମନ୍ତଙ୍କର ସନ୍ଦେହ ହୋଇଥିଲା। ତେଣୁ ଗାଁରେ ସଭା ବସିଥିଲା। ତେବେ ସଭା ଚାଲିଥିବା ବେଳେ ହେମନ୍ତ ରାଉତ ଓ ତାଙ୍କର କିଛି ସହଯୋଗୀ ଅକ୍ଷୟ ଓ ଲିପୁଙ୍କୁ ଉଠାଇ ନେଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଅକ୍ଷୟଙ୍କର ମୃତ୍ୟୁ ଘଟିଥିବା ବେଳେ ଲିପୁ ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତ ହେମନ୍ତ ରାଉତ ଥାନାରେ ଆତ୍ମସମର୍ପଣ କରିଛନ୍ତି। ସଦର ଥାନା ପୁଲିସ ଏ ଘଟଣାରେ ଆଉ ଦୁଇ ଜଣଙ୍କୁ ଅଟକ ରଖିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/IWf7eTl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages