ବାଲେଶ୍ୱର ଟ୍ରେନ ଦୁର୍ଘଟଣା;ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 2, 2023

ବାଲେଶ୍ୱର ଟ୍ରେନ ଦୁର୍ଘଟଣା;ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ବାତିଲ

ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ବାଲେଶ୍ୱର ରୁଟରେ ରେଳ ସେବା ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ୯ଟି ଟ୍ରେନର ଗତିପଥ ସମ୍ପୂର୍ଣ୍ଣ ବଦଳା ଯାଇଛି । ଆଉ ୬ଟି ଟ୍ରେନର ଆଂଶିକ ରୁଟ୍ ଡାଇଭର୍ଟ ହୋଇଛି ।

ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ି ହେଲା- 18044 ଭଦ୍ରକ-ହାୱଡା ଏକ୍ସପ୍ରେସ୍, 20890 ତିରୁପତି-ହାୱଡା ଏକ୍ସପ୍ରେସ୍, 12551 ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ,12864 ବାଙ୍ଗାଲୋର-ହାୱଡ଼ା ଏକ୍ସପ୍ରେସ୍ ,12253 ବାଙ୍ଗାଲୋର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍, 08411 ବାଲେଶ୍ୱର-ଭୁବନେଶ୍ୱର ସ୍ପେଶାଲ, 08415/08416 ଜେନାପୁର-ପୁରୀ-ଜେନାପୁର, 08439 ପୁରୀ-ପାଟନା ସ୍ପେଶାଲ ,12666 କନ୍ୟାକୁମାରୀ-ହାୱଡା ଏକ୍ସପ୍ରେସ୍ ,08031 ବାଲେଶ୍ୱର-ଭଦ୍ରକ ସ୍ପେଶାଲ, 08032 ଭଦ୍ରକ-ବାଲେଶ୍ୱର ସ୍ପେଶାଲ,08063 ଖଡଗପୁର-ଭଦ୍ରକ ସ୍ପେଶାଲ୍,08064 ଭଦ୍ରକ-ଖଡଗପୁର ସ୍ପେଶାଲ୍,18045 ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ,20889 ହାୱଡା-ତିରୁପତି ଏକ୍ସପ୍ରେସ,12245 ହାୱଡା-ବାଙ୍ଗାଲୋର ଦୁରୋନ୍ତୋ ଏକ୍ସପ୍ରେସ,12703 ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ,22895 ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ,2896 ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍,18038 ଯାଜପୁର କେନ୍ଦୁଝର ରୋଡ-ଖଗଡପୁର ଏକ୍ସପ୍ରେସ, 12891 ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍, 22890 ପୁରୀ-ଦୀଘା ଏକ୍ସପ୍ରେସ୍ ଓ 22889ଦୀଘା-ପୁରୀ ଏକ୍ସପ୍ରେସ୍।

ଗତିପଥ ପରିବର୍ତ୍ତନ ହୋଇଥିବା ଟ୍ରେନ ଗୁଡ଼ିକ ହେଲା- ଜୟନଗର-ପୁରୀ ଏକ୍ସପ୍ରେସ୍ 18420 ଜଖପୁରା ଦେଇ ଯିବ। ସେହିପରି ସିଲଘଟ ଟାଉନ-ତମ୍ବାମ୍ବର ଏକ୍ସପ୍ରେସ 15630 ରାଉରକେଲା ଦେଇ ଯିବ। ପାଟନା ଏର୍ଣ୍ଣାକୁଲମ ଏକ୍ସପ୍ରେସ 22644 ରାଉରକେଲା ଦେଇ ଯିବ।

ଟ୍ରେନ ଦୁର୍ଘଟଣା ହେବା ପର ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମବାହିନୀ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ସନ୍ଧାନୀ କୁକୁର ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ମୃତାହତମାନଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି। ଉଦ୍ଧାର କାର୍ଯ୍ୟ ସରିବାପରେ ଟ୍ରାକ୍ ମରାମତି କରାଯିବ। ଟ୍ରାକ୍ ମରାମତି ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱି ବୈଷ୍ଣବ ସୂଚନା ଦେଇଛଦନ୍ତି।   

ଆଉ ଗୋଟିଏ ବଗିରୁ ଉଦ୍ଧାର କାର୍ଯ୍ୟ ବାକି ରହିଛି। ନିର୍ଦ୍ଦିଷ୍ଟ ଏକ ବଗି ମାଟିରେ ଧସି ହୋଇ ରହିଛି। ସଂପୃକ୍ତ ବଗିରୁ ଉଦ୍ଧାର କାର୍ଯ୍ୟ ଆଉ କିଛି ସମୟ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/2eQmqtO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages