ଆଇସକ୍ରିମ୍ ଖାଇ ୬୦ରୁ ଅଧିକ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 3, 2023

ଆଇସକ୍ରିମ୍ ଖାଇ ୬୦ରୁ ଅଧିକ ଅସୁସ୍ଥ

ଆଇସକ୍ରିମ୍ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି।

ଗତକାଲି ସେମିଳିଗୁଡା ବ୍ଲକର ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ ଗାଁର ଲୋକେ ବୁଲା ଆଇସକ୍ରିମ ବିକାଳିଠାରୁ ଆଇସକ୍ରିମ କିଣି ଖାଇଥିଲେ। ଆଇସକ୍ରିମ ଖାଇବା ପରେ ବିଳମ୍ବିତ ରାତିରେ ସମସ୍ତଙ୍କୁ ଝାଡା ଓ ବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୪୦ ଜଣ ଭର୍ତ୍ତି ହୋଇଥିବା ବେଳେ ୨୫ ରୁ ଅଧିକ ଲୋକ ମାଥଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସାପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ପଟାଙ୍ଗି ବିଧାୟକ ଡାକ୍ତରଖାନାରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆଇସକ୍ରିମ୍ ଖାଇବା ଦ୍ୱାରା କାହିଁକି ଏପରି ଘଟିଲା ତାର କାରଣ ଜଣାପଡ଼ି ନାହିଁ। ଆଇସକ୍ରିମ୍ ବିଷାକ୍ତ ଥିବା ସନ୍ଦେହ କରାଯାଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/3RAYm1H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages