ନକ୍ସଲମାନେ ଡ୍ରୋନ ଉଡ଼ାଇ ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର। ଛତିଶଗଡ଼ ଓ ତେଲେଙ୍ଗାନାର ନକ୍ସଲ ମାନେ ଡ୍ରୋନ ମାଧ୍ୟମରେ ଯବାନ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତରରେ ସକ୍ରିୟ ଥିବା ନକ୍ସଲ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା ମିଳିଛି। ସିଆରପିଏଫ୍ ଯବାନ ଅପରେସନ୍ ପାଇଁ ଯାଇଥିବା ବେଳେ ସୁକମା, ବିଜାପୁର ଓ ନାରାୟଣପୁରରେ ଡ୍ରୋନ୍ ଦେଖିବାକୁ ପାଇଥିଲେ।
ତେଲେଙ୍ଗାନାର ଚେର୍ଲା ନିକଟରେ ମାଓବାଦୀ ନାଗେଶ୍ୱରା ରାଓ, ମଲ୍ଲିକାର୍ଜୁନା ରାଓ ଏବଂ ପଙ୍ଗୁଲୁ ଉମାଶଙ୍କରଙ୍କୁ ପୁଲିସ ଗିରଫ କରିବା ପରେ ଡ୍ରୋନ ସଂପର୍କିତ ସତ୍ୟତା ପଦାକୁ ଆସିଛି। ସେମାନଙ୍କଠାରୁ ଗୋଟିଏ ଡ୍ରୋନ୍ ଜବତ କରାଯାଇଥିଲା। ତେଣୁ ନକ୍ସଲମାନେ ଡ୍ରୋନ୍ ବ୍ୟବହାର କରଥିବା ସ୍ପଷ୍ଟ ହୋଇଛି। ଆଉ ଏହା ଚିନ୍ତାଜନକ ବିଷୟ ହୋଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZsOtKiG
No comments:
Post a Comment