କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 10, 2023

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାକିଶୋରପୁର ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ୱାଗନରେ ନିଆଁ ଲାଗି ଯାଇଥିଲା। ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଗତକାଲି ରାତି ୮ଟାରୁ ଏହି କୋଇଲା ବୋଝେଇ ଟ୍ରେନ୍‌ଟି ଷ୍ଟେସନରେ ଛିଡ଼ା ହୋଇଥିଲା। ରାତି ପ୍ରାୟ ୩ଟା ବେଳେ ଏହାର ଗୋଟିଏ ୱାଗନରୁ ଧୂଆଁ ବାହାରୁଥିବା ଷ୍ଟେସନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏହା ପରେ ଷ୍ଟେସନ କର୍ତ୍ତୃପକ୍ଷ ଆଠଗଡ଼ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇପାରି ନଥିଲେ। କାରଣ ରେଳବାଇ ପକ୍ଷରୁ ଉକ୍ତ ସ୍ଥାନର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ନଥିଲା। ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ପ୍ରାୟ ୧ ଘଣ୍ଟା ଲାଗିଥିଲା। ତା’ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଷ୍ଟେସନରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନ୍‌ଟିରେ କେମିତି ନିଆଁ ଲାଗିଲା, ତାହା ଜଣାପଡ଼ି ନାହିଁ।

ଗତକାଲି ବାଲେଶ୍ୱର ଜିଲ୍ଲା ରୂପସା ଷ୍ଟେସନରେ ଏକ ମାଲବାହୀ ଟ୍ରେନର ଗୋଟିଏ ୱାଗନରେ ନିଆଁ ଲାଗିଯାଇଥିଲା। ଏଥିରେ ବି କୋଇଲା ବୋଝେଇ ହୋଇଥିଲା। ତା’ ପୂର୍ବରୁ ଗୁରୁବାର ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଥିଲା। ଟ୍ରେନ୍‌ଟି ଛତିଶଗଡ଼ର ଦୁର୍ଗରୁ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ବେଳେ କୋମାଖାନା ନିକଟରେ ନିଆଁ ଲାଗିଥିବା ନେଇ ଯାତ୍ରୀମାନେ ଦେଖିଥିଲେ। ତେବେ ଏଥିରେ ଯାତ୍ରୀମାନଙ୍କର କିଛି କ୍ଷତି ହୋଇ ନଥିଲା।

ଜୁନ୍ ୨ ତାରିଖରେ ବାହାନଗା ରେ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜୁନ୍ ୭ ତାରିଖରେ ଯାଜପୁର ରୋଡ୍ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍‌ରେ କଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4FKOWHN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages