ସୋଶାଲ ମିଡିଆରେ ମିଛ ଖବର ପୋଷ୍ଟ କରିବା ଅଭିଯୋଗରେ ତାମିଲନାଡୁ ପୁଲିସ ରାଜ୍ୟର ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ତାଙ୍କ ନାଁ ଏସ୍ଜି ସୂର୍ଯ୍ୟ। ସେ ଦଳର ରାଜ୍ୟ ସଂପାଦକ ଅଛନ୍ତି।
ମଦୁରାଇରେ ନାଳ ସଫା କଲା ବେଳେ ମଳ ପାଣି ସଂସ୍ପର୍ଶରେ ଆସି ଏଲର୍ଜି ହେତୁ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ନେଇ ସେ ସୋଶାଲ ମିଡିଆରେ ଏକ ଲେଖା ପୋଷ୍ଟ କରିଥିଲେ। ତେବେ ମଦୁରାଇ ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି ଯେ ତାଙ୍କ ଜିଲ୍ଲାରେ ସେମିତି କିଛି ଘଟଣା ଘଟି ନାହିଁ।
ଉକ୍ତ ଟ୍ୱିଟରେ ଏସ୍ଜି ସୂର୍ଯ୍ୟ ଅଭିଯୋଗ କରିଥିଲେ ଯେ ସିପିଆଇ(ଏମ୍) କାଉନସିଲର ବିଶ୍ୱନାଥନ ଉକ୍ତ ସଫେଇ କର୍ମଚାରୀଙ୍କୁ ମଳପାଣିରେ ପଶି କାମ କରିବାକୁ ବାଧ୍ୟ କରିଥିଲେ। ସେହିପରି ଏହି ଘଟଣା ପାଇଁ ସେ ଉକ୍ତ ଟ୍ୱିଟରେ ମଦୁରାଇର ସିପିଆଇ (ଏମ୍) ସାଂସଦ ଏସ୍ୟୁ ଭେଙ୍କଟସାନଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସେ ନୀରବ ରହିଥିବା ଯୋଗୁ ଏସ୍ଜି ସୂର୍ଯ୍ୟ ତାଙ୍କୁ ସମାଲୋଚନା କରିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/eghZvpd
No comments:
Post a Comment