ରାକ୍ଷାସ ବାପା; ଚକୋଲେଟ ପାଇଁ ଝିଅ ଜିଦି ଧରିବାରୁ ମୁଣ୍ଡକୁ ଛେଚି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 5, 2023

ରାକ୍ଷାସ ବାପା; ଚକୋଲେଟ ପାଇଁ ଝିଅ ଜିଦି ଧରିବାରୁ ମୁଣ୍ଡକୁ ଛେଚି ଦେଲା

ପିଲାମାନେ ନିଜ ବାପାମା’ଙ୍କ ପାଖରେ ଅଝଟ କରିଥାନ୍ତି। ବିଭିନ୍ନ ଜିନିଷ ପାଇଁ ଜିଦି ବି କରିଥାନ୍ତି। ପିଲାଙ୍କ ମୁହଁରେ ଟିକେ ହସ ଦେଖିବାକୁ ବାପାମା’ ବି ତାଙ୍କ ଛୋଟ ଛୋଟ ଜିଦି ପୂରଣ କରିବାକୁ ଭୁଲି ନ ଥାନ୍ତି। ହେଲେ ନିଜ ନାବାଳିକା ଝିଅର ଜିଦିରେ ଉତ୍‌କ୍ଷିପ୍ତ ଏକ ବାପା ସାଜିଲା ରାକ୍ଷାସ । ଆଉ ଶେଷରେ ଚକୋଲେଟ, କଣ୍ଡେଇ ପାଇଁ ଅଝଟ ହେଉଥିବା ନିଜ ଝିଅର ମୁଣ୍ଡକୁ ପଥରେ ଛେଚି ଜୀବନ ନେଇଗଲା।

ଏପରି ଏକ ଲୋମଟାଙ୍କୁରା ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି। ମୃତା ନାବାଳିକାର ବୟସ ମାତ୍ର ୮ ବର୍ଷ ବୋଲି ଜଣାଯାଇଛି। ହତ୍ୟା ଅଭିଯୁକ୍ତ ତା’ ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କ ବୟସ ୩୭ ବର୍ଷ ବୋଲି ଜଣାଯାଇଛି।

ନାବାଳିକାଜଣକ ନିଜ ବାପା ପାଖରେ ରହୁଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ମା’ ସେମାନଙ୍କୁ ଛାଡ଼ି ଚାଲି ଯାଇଥିଲା। ବ୍ୟକ୍ତିଜଣକ ଦିନ ମଜୁରି ଲାଗି ପରିବାର ପୋଷୁଥିବା ବେଳେ ସବୁବେଳେ ଉତ୍କଟ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ।

ଗତ ଶନିବାର ସେ ନିଶାସକ୍ତ ଅବସ୍ଥାରେ ଘରୁ ଫେରିଥିବା ବେଳେ ଝିଅ ଚକୋଲେଟ, କଣ୍ଡେଇ ଓ ନୂଆ ଡ୍ରେସ ପାଇଁ ଜିଦି କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ବ୍ୟକ୍ତିଜଣକ ଛୁଆଟିକୁ ଘର ନିକଟରେ ଚାଲିଥିବା ଏକ ନିର୍ମାଣଧୀନ ଘର ନିକଟକୁ ନେଇ ଯାଇଥିଲେ। ସେଠାରେ ସେ ପିଲାଟିର ମୁଣ୍ଡକୁ ବାରମ୍ବାର ପଥରରେ ପିଟିବାରୁ ଘଟଣାସ୍ଥଳରେ ହିଁ ପିଲାଟିର ଜୀବନ ଚାଲି ଯାଇଥିଲା।

ଗତ ରବିବାର ଏ ନେଇ ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପାକୁ ଗିରଫ କରିଛି। ନିଜ ଝିଅ ଚକୋଲେଟ, ଖେଳଣା ପାଇଁ ଜିଦି ଧରିବାରୁ ସେ ନିଜେ ହିଁ ତା ଜୀବନ ନେଇଥିବା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/I0ebQ3p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages