‘ଓଡ଼ିଶା ଟ୍ରେନ୍‌ ଟ୍ରାଜେଡିର ସିବିଆଇ ତଦନ୍ତ କଥା ଶୁଣି ବିଳିବିଳାଉଛନ୍ତି ମମତା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 5, 2023

‘ଓଡ଼ିଶା ଟ୍ରେନ୍‌ ଟ୍ରାଜେଡିର ସିବିଆଇ ତଦନ୍ତ କଥା ଶୁଣି ବିଳିବିଳାଉଛନ୍ତି ମମତା’

ଓଡ଼ିଶା ରେଳ ଦୁର୍ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମ୍‌ସି ଓ ବିଜେପି। ଓଡ଼ିଶା ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ସମ୍ପର୍କରେ ଘୋଷଣା କରାଯିବା ପରେ ଏହାକୁ ସହଜେ ହଜମ କରି ପାରି ନାହାନ୍ତି ମମତା ବାନାର୍ଜୀ। ଏପରିକି ଏହାଦ୍ୱାରା କିଛି ଲାଭ ମିଳିବ ନାହିଁ ବୋଲି ବି କହିଛନ୍ତି। ମମତାଙ୍କ ଏହି ବୟାନକୁ ନେଇ ତାଙ୍କୁ ଘେରିଛନ୍ତି ବିଜେପି ନେତା ତଥା ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଏହା ଅନ୍ୟ ରାଜ୍ୟର ଘଟଣା ହୋଇଥିବା ବେଳେ ମମତା ବାନାର୍ଜୀ କ’ଣ ପାଇଁ ଏତେ ଚିନ୍ତିତ । ଏଥିରେ ତାଙ୍କର କିଛି ଷଡଯନ୍ତ୍ର ଅଛି କି ? ସିବିଆଇ ତଦନ୍ତ ନାଁ ଶୁଣି କାହିଁକି ମମତା ବିଳିବିଳାଉଛନ୍ତି। ପୁଲିସ୍‌ ସହାୟତାରେ ପଶ୍ଚିମବଙ୍ଗ ସରକାର ୨ ରେଳ ଅଧିକାରୀଙ୍କ ଫୋନ୍‌ ଟ୍ୟାପ କରିଛନ୍ତି। ନଚେତ ସେମାନଙ୍କ କଥାବାର୍ତ୍ତା ବିଷୟରେ କିପରି ଜାଣିପାରିଲେ। କିପରି ଉଭୟ ରେଳ ଅଧିକାରୀଙ୍କ କଥା ଲିକ୍‌ ହେଲା ତାହା ତଦନ୍ତରୁ ସ୍ପଷ୍ଟ ହେବ । ସିବିଆଇ ତଦନ୍ତରେ ଏହି ଘଟଣା ଉପରୁ ପରଦା ନ ହଟିଲେ ମୁଁ କୋର୍ଟଙ୍କ ଦ୍ୱାରସ୍ଥ ହେବି ବୋଲି ସେ କହିଛନ୍ତି ।

ଏପରି ସମ୍ବେଦନଶୀଳ ଘଟଣାର ରାଜନୀତିକରଣ କରିବାକୁ ଆମେ ଚାହୁଁନୁ । କିନ୍ତୁ ସିବିଆଇ ଯାଞ୍ଚ ପୂର୍ବରୁ ହିଁ ମମତା ନିଜ ନିଷ୍ପତ୍ତି ଶୁଣାଇ ଦେଉଥିବା କହିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି ପାଇଁ ଟିଏମସି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମାଗୁଥିବା ବେଳେ ଏହାର ଜବାବ ରଖିଛନ୍ତି ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମମତା ରେଳ ମନ୍ତ୍ରୀ ଥିବା ବେଳେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ପାଇଁ କ’ଣ ଇସ୍ତଫା ଦେଇଥିଲେ।

ଗତ ଶୁକ୍ରବାର ରାତିରେ ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ପରେ ଶନିବାର ମମତା ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ବେଳେ ମୃତକଙ୍କ ସଂଖ୍ୟାକୁ ନେଇ ସେଠାରେ ଉପସ୍ଥିତ ଥିବା ରେଳ ମନ୍ତ୍ରୀଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା।

ଅପରପକ୍ଷେ, ଏହି ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଏଥିରୁ କିଛି ଫାଇଦା ମିଳିବ ନାହିଁ ବୋଲି ଗତକାଲି କୋଲକତାରେ ସାମ୍ବାଦିକଙ୍କୁ କହିଛନ୍ତି ମମତା ବାନାର୍ଜୀ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/oNMnvKH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages