ମସ ହଲ ନଖଜ ଥଲ ଓସକର ବଜତ ଅଭନତ ମଳଲ ଦହବଶଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 27, 2023

ମସ ହଲ ନଖଜ ଥଲ ଓସକର ବଜତ ଅଭନତ ମଳଲ ଦହବଶଷ

ଓସ୍କାର ଆୱାର୍ଡ ବିଜେତା ତଥା ପ୍ରସିଦ୍ଧ ବ୍ରିଟିଶ  ଅଭିନେତା ଜୁଲିଆନ ସ୍ୟାଣ୍ଡସ୍‌ ଦୀର୍ଘ ୫ ମାସ ହେବ ନିଖୋଜ ଥିବା ବେଳେ ଏବେ ମିଳିଛି ତାଙ୍କ ଦେହାବଶେଷ । ଗତ ଜାନୁୟାରୀ ମାସରୁ ଜୁଲିଆନ ସ୍ୟାଣ୍ଡସ୍‌ କାଲିଫର୍ଣ୍ଣିଆ ନିକଟସ୍ଥ ଏକ ପାହାଡ଼ରୁ ଜୁଲିୟନ ନିଖୋଜ ଥିବା ବେଳେ ଏବେ ମିଳିଛି ତାଙ୍କ ଦେହାବଶେଷ । ଏନେଇ ଅଫିସିଆଲି ଘୋଷଣା କରାଯାଇଥିବା ପରେ ଜୁଲିଆନଙ୍କ ଫ୍ୟାନ୍ସ, ପରିବାରବର୍ଗଙ୍କ ସମେତ ସମଗ୍ର ହଲିଉଡ ଜଗତ ସ୍ତବ୍ଧ ହୋଇ ଯାଇଛି। ଯେଉଁ ଜାଗାରୁ ଜୁଲିୟନ ନିଖୋଜ ହୋଇଥିଲେ ସେଠାରୁ ହିଁ ଦେହାବଶେଷ ଉଦ୍ଧାର କରାଯାଇଛି।

ଜୁଲିଆନ ସ୍ୟାଣ୍ଡସ୍‌  ଜଣେ ଲୋକପ୍ରିୟ ହଲିଉଡ ଅଭିନେତା ଥିବା ବେଳେ "A Room with a View," ଫିଲ୍ମ ପାଇଁ ତାଙ୍କୁ ଓସ୍କାର ଆୱାର୍ଡ ମିଳିଥିଲା। ଅଭିନୟ ସହ ସେ ଜଣେ ପବାତାରୋହୀ ମଧ୍ୟ ଥିଲେ।

ଗତ ଜାନୁୟାରୀ ମାସରେ ଜୁଲିଆନ ଲସ୍‌ଏଞ୍ଜେସଲ୍ସଠାରୁ ୮୦ କିମି ଦୂର ଏକ ପାହାଡ଼ ଚଢ଼ିବାକୁ ଯାଇଥିଲେ। ମାତ୍ର ଅତ୍ୟଧିକ ହିମପ୍ରବାହ ହେତୁ ଜାନୁୟାରୀ ୧୩ ତାରିଖରୁ ତାଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇ ପାରିଲା ନାହିଁ। ଏନେଇ ତାଙ୍କ ପତ୍ନୀ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ତୁରନ୍ତ ତାଙ୍କ ସନ୍ଧାନ ନିମନ୍ତେ ବହୁ ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଥିଲା। ମାତ୍ର ଭୁସ୍ଖଳନ ଯୋଗୁ ତା’ ପରଦିନ ଘଟଣାସ୍ଥଳରେ ଯାଞ୍ଚ କରୁଥିବା ଟିମ୍‌କୁ ପ୍ରତ୍ୟାହାର କରି ନିଆଯାଇଥିଲା । ମାତ୍ର ଡ୍ରୋନ ଓ ହେଲିକପ୍ଟର ଜରିଆରେ ସନ୍ଧାନ କରାଯାଉଥିଲେ ବି କିଛି ସୁଫଳ ମିଳି ପାରି ନ ଥିଲା।

ଗତ ୨୫ ତାରିଖରେ ଏକ ଟିମ୍‌ ଉକ୍ତ ପର୍ବତ ଚଢ଼ୁଥିବା ବେଳେ କିଛି ଦେହାବଶେଷ ପଡ଼ିଥିବା ନେଇ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦେହାବଶେଷକୁ ଉଦ୍ଧାରକ କରି ପରୀକ୍ଷା ପାଇଁ ପଠାଇଛି। ଏଥିସହ ତାହା ଜୁଲିଆନଙ୍କ ଦେହାବଶେଷ ବୋଲି କୁହାଯାଇଛି। ଫଳରେ ଜୁଲିଆନଙ୍କ ଫେରିବା ବାଟକୁ ଅପେକ୍ଷା କରିଥିବା ତାଙ୍କ ପରିବାର ଲୋକଙ୍କୁ ଶକ୍ତ ଝଟକା ଲାଗିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pXHSeFa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages