ବାପାମା’ଙ୍କ ଆଶା ଥିଲା ପୁଅ ମେଡିକାଲ ପଢ଼ି ଡାକ୍ତର ହେବ। ଏଥିପାଇଁ ସେମାନେ ପୁଅ ପାଠପଢ଼ାରେ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନ ଥିଲେ। ମାତ୍ର ସ୍ୱପ୍ନ ବାସ୍ତବ ରୂପ ନେବା ପୂର୍ବରୁ ସବୁ ଚୂରମାର ହୋଇଗଲା। ପରିବାରଠୁ ଦୂରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ୨ ଛାତ୍ର ବେକରେ ରଶି ଲଗାଇ ନିଜ ଜୀବନ ହାରିଛନ୍ତି। ଏପରି ଦୁଃଖଦ ଘଟଣା ରାଜସ୍ଥାନର କୋଟାରେ ଗୋଟିଏ ଦିନରେ ଘଟିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ଅତ୍ୟଧିକ ପଢ଼ା ଚାପରେ ପିଲାମାନେ ଏପରି ଚରମ ପଦକ୍ଷେପ ନେଉଥିବା ଅନୁମାନ କରାଯାଉଛି।
ମୃତ ଦୁଇ ଛାତ୍ର ହେଲେ ମେହୁଲ ବୈଷ୍ଣଭ ଓ ଆଦିତ୍ୟ । ୧୮ ବର୍ଷୀୟ ଆଦିତ୍ୟଙ୍କ ଘର ରାଜସ୍ଥାନର ଉଦୟପୁରରେ ହୋଇଥିବା ବେଳେ ଗତ ଦୁଇ ମାସ ହେବ କୋଟାରେ ହଷ୍ଟେଲରେ ରହି ମେଡିକାଲ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଘଟଣା ଦିନ ରାତିରେ ମେହୁଲ ଏକୁଟିଆ ହଷ୍ଟେଲ ରୁମ୍ରେ ଥିଲେ। ସକାଳେ ଡେରି ପର୍ଯ୍ୟନ୍ତ ସେ କବାଟ ନ ଖୋଲି ନ ଥିଲେ। ଏନେଇ ଅନ୍ୟ ସହପାଠୀ ହଷ୍ଟେଲ କେୟାରଟେକରଙ୍କୁ ଜଣାଇଥିଲେ। ଏହାପରେ ତୁରନ୍ତ ମେହୁଲଙ୍କ ରୁମ୍ କବାଟ ଭଙ୍ଗାଯିବାରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସେହିପରି ଅନ୍ୟ ଏକ ଘଟଣାରେ ଆଦିତ୍ୟ ନାମକ ଛାତ୍ର କୋଟାରେ ହଷ୍ଟେଲରେ ରହି ମେଡିକାଲ ପରିକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେ ୨ ମାସ ହେବ କୋଟାକୁ ଆସିଥିବା ବେଳେ ଏବେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ମୃତକଙ୍କ ପରିବାର ଲୋକେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନାଁରେ ଅଭିଯୋଗ କରିଥିବା ବେଳେ ସେମାନଙ୍କ ନିକଟରୁ କିଛି ସ୍ପଷ୍ଟୀକରଣ ମିଳିପାରିନି।
ଗତ ୨ ମାସରେ କୋଟାରେ ୯ ଜଣ ଛାତ୍ର ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇ ସାରିଛନ୍ତି। ସେଥିମଧ୍ୟରୁ ୫ଟି ଘଟଣା ମେ’ ମାସରେ ହୋଇଥିବା ବେଳେ ଚଳିତ ମାସ ୪ଟି ଘଟଣା ଘଟି ସାରିଲାଣି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KgzT6r3
No comments:
Post a Comment