ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ନବଦିନାତ୍ମକ ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ହେଲେ
ପତ୍ନୀ ମହାଲକ୍ଷ୍ମୀ କିନ୍ତୁ ଅଭିମାନ କରିଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବେନିା ଏହି ସମୟରେ ସିଂହଦ୍ୱାର ଠାରେ ସ୍ୱତନ୍ତ୍ର ନୀତି ରହିଛି। ଅଭିମାନ କରିଥିବା ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ପ୍ରଭୁ ଜଗନ୍ନାଥ ମନାଇବାର ପରମ୍ପରା ରହିଛି। ରସଗୋଲା ଖାଇବା ପରେ ମହାଲକ୍ଷ୍ମୀ ସିଂହଦ୍ୱାର ଖୋଲିବେ। ଏଥର ରୂପା ଛାଉଣୀ ହୋଇଥିବା ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି।
ରଥ ଉପରେ ଆଜି ଶ୍ରୀଜିଉଙ୍କ ଶେଷ ଦର୍ଶନ ହୋଇଥିବାରୁ ରଥାରୁଢ଼ ଠାକୁରଙ୍କୁ ଦେଖିବାକୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବା ସମ୍ଭାବନା ରହିଛି। ଭିଡ଼କୁ ଦୃଷ୍ଟରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜିର ଦିନକୁ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା କରିଛନ୍ତି। ବାଲୁକା କଳା ମାଧ୍ୟମରେ ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ।
ବାଲିରେ ମାଆ ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଗଢ଼ିବା ସହ ଶ୍ରୀଜଗନ୍ନାଥ କିଭଳି ମାଆ ଲକ୍ଷ୍ମୀଙ୍କୁ ରସଗୋଲା ପ୍ରଦାନ କରୁଛନ୍ତି ତାହା ମଧ୍ୟ ଦେଖାଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/elCsWNi
No comments:
Post a Comment