ଭୟଙକର ଦରଘଟଣ: ଯତରବହ ବସ ଓଲଟ ଲଗଗଲ ନଆ ଜବନତ ଦଗଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 30, 2023

ଭୟଙକର ଦରଘଟଣ: ଯତରବହ ବସ ଓଲଟ ଲଗଗଲ ନଆ ଜବନତ ଦଗଧ

ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାନାରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ବସ୍‌ରେ ନିଆଁ ଲାଗିଯିବାରୁ ଶୋଇଥିବା ଅବସ୍ଥାରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣ ଗୁରୁତର ହୋଇଛନ୍ତି।

ବସ୍‌ଟି ନାଗପୁରରୁ ପୁଣେ ଅଭିମୁଖେ ପ୍ରାୟ ୩୩ ଯାତ୍ରୀଙ୍କୁ ଧରି ଯାଉଥିଲା। ମାତ୍ର ରାତି ପ୍ରାୟ ଦେଢଟା ବେଳେ ବସ୍‌ଟି ବୁଲଢାନା ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍‌ ବସ୍‌ର ଚକା ଫାଟିଯାଇଥିଲା। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିବା ଏହାର ଡ୍ରାଇଭର କହିଛନ୍ତି।

ବସ୍‌ଟି ଓଲଟି ପଡ଼ିଥିବା ବେଳେ ସଙ୍ଗେସଙ୍ଗେ ସେଥିରେ ନିଅଁ ଲାଗି ଯାଇଥିଲା। ଉକ୍ତ ସମୟରେ ବସ୍‌ର ଅଧିକାଂଶ ଯାତ୍ରୀ ଶୋଇ ପଡ଼ିଥିଲେ। ଆଖି ପିଛୁଳାକେ ନିଆଁ ସମଗ୍ର ବସ୍‌କୁ ବ୍ୟାପି ଯାଇଥିବା ବେଳେ ଯାତ୍ରୀମାନେ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ୨୫ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜଳନ୍ତା ବସ୍‌ରୁ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ୨୫ ଯାତ୍ରୀଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିବାରୁ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା ଏକ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଫଳରେ ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି। ମୃତକ ଓ ଗୁରୁତରଙ୍କ ସୂଚନା ନିମନ୍ତେ ବୁଲଢାନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ହେଲ୍ପଲାଇନ୍‌ ନଂ ଜାରି କରାଯାଇଛି।

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଡ୍ରାଇଭରଙ୍କ ବୟାନର ଛାନଭିନ କରୁଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/eVF9jKC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages