ଭରତର ହଜର କଟ ନବଶ କରବ ଲଲ ଗରପ ସଷଟ ହବ ହଜର ନଯକତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 26, 2023

ଭରତର ହଜର କଟ ନବଶ କରବ ଲଲ ଗରପ ସଷଟ ହବ ହଜର ନଯକତ

ଭାରତରେ ୧୦ ହଜାର କୋଟି ନିବେଶ କରିବ ସାଉଦି ଆରବର ଲୁଲୁ ଗ୍ରୁପ୍‌ । ଫଳରେ ଦେଶରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି। ଏନେଇ ଘୋଷଣା କରିଛନ୍ତି ଲୁଲୁ ଗ୍ରୁପ୍‌ର ଚେୟାରମ୍ୟାନ୍‌ ତଥା ଭାରତୀୟ ବଂଶୋଦ୍ଭବ ୟୁସୁଫ ଅଲ୍ଲୀ ।

ଲୁଲୁ ଗ୍ରୁପ୍‌ ପୂର୍ବରୁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବିରାଟ ମଲ୍‌ ଛିଡ଼ା କରି ଚର୍ଚ୍ଚାକୁ ଆସିଥିଲା। ଏବେ ପୁଣି ଥରେ ଏହି ଗ୍ରୁପ୍‌ ଚର୍ଚ୍ଚାକୁ ଆସିଛି। ନିଜ କମ୍ପାନୀର ଭବିଷ୍ୟ ଯୋଜନା ସମ୍ପର୍କରେ ପ୍ରକାଶ କରି କମ୍ପାନୀର ଚେୟାରମ୍ୟାନ୍‌ କହିଛନ୍ତି, ଲୁଲୁ ଗ୍ରୁପ୍‌ ଭାରତରେ ୨୦ ହଜାର କୋଟି ନିବେଶ କରି ସାରିଛି। ଏଥିଯୋଗୁ ଦେଶରେ ୨୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ୟୁସୁଫ ଅଲ୍ଲୀଙ୍କ ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ତାଙ୍କ କମ୍ପାନୀ ଡେଷ୍ଟିନେଶନ ମଲ୍‌ ଖୋଲିବାକୁ ଯୋଜନା କରୁଛି। ତେଲେଙ୍ଗାନାର ଶିଳ୍ପ ମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଉକ୍ତ ରାଜ୍ୟରେ ୩.୫୦୦ କୋଟି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାମଧ୍ୟରେ ରାଜ୍ୟରେ ୩ ହଜାର କୋଟି ବିନିଯୋଗରେ ଏକ ଡେଷ୍ଟିନେଶନ ମଲ୍‌ ପ୍ରୋଜେକ୍ଟ ବି ସାମିଲ ଅଛି।

ଡେଷ୍ଟିନେଶନ ମଲ୍‌ ଏପରି ମଲ୍‌ ଯେଉଁଠି ଆପଣ ଭଲ ଡିସକାଉଣ୍ଟରେ ବିଭିନ୍ନ ବ୍ରାଣ୍ଡର ଉତ୍ପାତ କିଣାବାର ସୁଯୋଗ ପାଇବେ। କେବଳ ସେତିକି ନୁହେଁ, ସେଠାରେ ଆପଣ ଛୁଟି ମଧ୍ୟ କାଟି ପାରିବେ। ଏଥିନିମନ୍ତେ ସେଠାରେ ପର୍ଯ୍ୟାପ୍ତ ସ୍ପେଶ୍‌ର ବ୍ୟବସ୍ଥା ହୋଇଛି।

ଲୁଲୁ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି, କମ୍ପାନୀ ପୂର୍ବରୁ ଦେଶରେ ସପିଂ ମଲ୍‌, ହୋଟେଲ ଓ ଫୁଡ୍‌ ପ୍ରୋସେସିଂଙ୍ଗ ୟୁନିଟ୍‌ ବସାଇବାରେ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବିନିଯୋଗ କରି ସାରିଛି। ଏବେ କମ୍ପାନୀ ଏହାକୁ ବିସ୍ତାର କରିବାକୁ ଚାହୁଁଛି। କମ୍ପାନୀ ଅହମଦାବାଦ ଓ ଚେନ୍ନାଇରେ ୨ଟି ପ୍ରୋଜେକ୍ଟ କାମ ଆରମ୍ଭ କରିବାକୁ ସଜବାଜ ହେଉଛି।

ଆଗାମୀ ୨ ବର୍ଷରେ ଲୁଲୁ ଗ୍ରୁପ୍‌ ଦେଶରେ ୧୦ ହଜାର କୋଟି ନିବେଶ କରିବ । ସେଥିରେ ନୋଏଡା, ତେଲେଙ୍ଗାନା ଫୁଡ୍‌ ପ୍ରୋସେସିଂଙ୍ଗ ୟୁନିଟ୍‌ ସ୍ଥାପନ କରାଯିବ । ଏହାବାଦ ତେଲେଙ୍ଗାନାରେ କମ୍ପାନୀ ଏକ ଅତ୍ୟାଧୁନିକ ମିଟ୍‌ ପ୍ରୋସେସିଂଙ୍ଗ ପ୍ଲାଣ୍ଟ ବସାଇବ । ହାଇଦ୍ରାବାଦରେ ଏୟାରପୋର୍ଟ ନିକଟରେ ଏକ ଏଗ୍ରିକଲଚର ସୋର୍ସିଂଙ୍ଗ ଓ ଲଜିଷ୍ଟିକ୍‌ ହବ୍‌ ବିକଶିତ କରିବ । ଏହାବାଦ କମ୍ପାନୀ ଅହମଦାବା, ଶ୍ରୀନଗର, ଗ୍ରେଟର ନୋଏଡଡା ଓ ବାରଣାସୀରେ ଫୁଡ୍‌ ପ୍ରୋସେସିଂଙ୍ଗ ୟୁନିଟ୍‌ ଓ ରିଟେଲ ସ୍ଥାପନ କରିବ । କମ୍ପାନୀର ଏହି ନିବେଶ ଯୋଗୁ ଦେଶରେ ୫୦ ହଜାର ଚାକିରି ସୃଷ୍ଟି ହେବ ବୋଲି କୁହାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/tC0DOIp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages