ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆଜି ଆଡ଼ପ ମଣ୍ଡପରେ ନବମୀ ତିଥିରେ ଶ୍ରୀଜିଉଙ୍କ ଶେଷ ଦର୍ଶନ ବା
ସନ୍ଧ୍ୟା ଦର୍ଶନ। ଆଜି ହେବାକୁ ଥିବା ସନ୍ଧ୍ୟା ଦର୍ଶନକୁ ଅପରାହ୍ନ ୫ଟା ଭିତରେ ସୀମିତ ରଖାଯାଇଛି। ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଫିଟାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି।
ମଙ୍ଗଳଆଳତି ପରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଆଜି ସଂଧ୍ୟା ଦର୍ଶନ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରା। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛିା ଆଜି ଅଧିକରୁ ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ରହିଛିା ତେଣୁ ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଶ୍ରୀକ୍ଷେତ୍ର ଯାତ୍ରାଠୁ ହେରାପଞ୍ଚମୀ ପର୍ଯ୍ୟନ୍ତ ନୀତିକାନ୍ତିରେ ଘୋର ବିଭ୍ରାଟ ପରେ ବାହୁଡ଼ା ନୀତିକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱତ୍ପୂର୍ଣ୍ଣ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ ଆଜି ସରିବ ସିଂହଦ୍ୱାର ରୂପା ଛାଉଣୀ କାମ। ବାହୁଡାଯାତ୍ରା ପୂର୍ବରୁ ସିଂହଦ୍ୱାର ରୂପାରେ ଝଟକିବ ମୁମ୍ବାଇରୁ ଆସିଥିବା ଶିଳ୍ପୀ ମାନେ ଦିନରାତି ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ୫୦୦ କେଜି ରୂପାରେ ସିଂହଦ୍ୱାର ଛାଉଣୀ କରାଯାଉଛିା ଦୁଇଟି ଷ୍ଟିଲ୍ ଫ୍ରେମରେ ବର୍ମା ଟିକ୍ ଉଡ୍ ଲଗାଯାଇଛିା ତା ଉପରେ ରୂପା ଚାଦର ପକାଯାଉଛି। ଉତ୍କଳୀୟ କାରୁକାର୍ଯ୍ୟରେ ଏହା ପରିପୂର୍ଣ୍ଣ ରହିଛିା ସିଂହଦ୍ବାର ରୂପା ଛାଉଣୀ ଓ କବାଟ
ସଂଯୋଗୀକରଣ ବେଳେ ସିସିଟିଭି କ୍ୟାମେରା, ମାଜିଷ୍ଟ୍ରେଟ ମୁତୟନ ରହିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛିା ନୀଳାଦ୍ରି ବିଜେ ଦିନ ରୂପା ଛାଉଣୀ ଦ୍ବାର ଦେଇ ଶ୍ରୀମନ୍ଦିରରେ ମହାପ୍ରଭୁ ପ୍ରବେଶ କରିବୋ ପୂର୍ବରୁ ସାତପାହାଚ, ଜୟବିଜୟ, କଳାହାଟ, ବେହରଣ, ଭୋଗ ମଣ୍ଡପ ଦ୍ୱାରା ରୂପା ଛାଉଣୀ ସରିଛିା
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WrLUg3x
No comments:
Post a Comment