କୁବେର ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ପ୍ରଶାନ୍ତଙ୍କ ପଡ଼ୋଶୀଙ୍କ ଛାତରୁ ମିଳିଲା୨ କୋଟିରୁ ଅଧିକ ଟଙ୍କା। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ଭୁବନେଶ୍ୱର କାନନବିହାର ସ୍ଥିତ ଘରେ ଚଢ଼ାଉ ବେଳେ ପଡ଼ୋଶୀ ଘର ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଟଙ୍କା ଜବତ କରିଛି ଭିଜିଲାନ୍ସ।
ପ୍ରଶାନ୍ତ ପଡ଼ୋଶୀଙ୍କ ଛାତରୁ ଟଙ୍କା ମିଳିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କ ଘରେ ଚଢ଼ାଉ କରିଛନ୍ତି। ଏହାସହ ପଡ଼ୋଶୀଙ୍କୁ ଟଙ୍କା ବାବଦରେ ପଚରାଉଚରା କରୁଛନ୍ତି।
ଆଜି ସକାଳେ ଭିଜିଲାନ୍ସ ପ୍ରଶାନ୍ତଙ୍କ ଭୁବନେଶ୍ୱର କାନନବିହାର ସ୍ଥିତ ଘରେ ଚଢ଼ାଉ ବେଳେ କେହି ଜଣେ ପଡ଼ୋଶୀଙ୍କ ଛାତକୁ ପେଟିରେ କ’ଣ ଫୋପାଡ଼ି ଦେଉଥିବା ଭିଜିଲାନ୍ସ ଅଧିକାରୀ ଦେଖିଥିଲେ। ପରେ ଭିଜିଲାନ୍ସ ଅଧିକାରୀ ଛାତ ଉପରେ ପହଞ୍ଚି ଏହି ଟଙ୍କା ପେଟି ଗୁଡ଼ିକୁ ଜବତ କରିଥିଲେ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ସ୍ଥିତ କାନନ ବିହାର ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ କୌଣସି କାମ ପାଇଁ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/htTguzW
No comments:
Post a Comment