ଷଟଟ ଡନରର ୱଇନ ଚୟରସ କଲ ମଦ-ବଇଡନ ଯଗ ଦଲ ମନୟଗଣୟ ବୟକତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 22, 2023

ଷଟଟ ଡନରର ୱଇନ ଚୟରସ କଲ ମଦ-ବଇଡନ ଯଗ ଦଲ ମନୟଗଣୟ ବୟକତ

ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନାର୍ଥେ ଗତ ରାତିରେ ହ୍ୱାଇଟ୍‌ ହାଉସ୍‌ରେ ଏକ ‘ଷ୍ଟେଟ ଡିନର’ର ଆୟୋଜନ କରାଯାଇଥିଲା। ବାଇଡେନ ଦମ୍ପତିଙ୍କ ତରଫରୁ ଆୟୋଜିତ ଏହି ଭବ୍ୟ ପାର୍ଟିରେ ବିଭିନ୍ନ କ୍ଷେତ୍ରର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦି ଓ ରାଷ୍ଟ୍ରପତି ବାଇଡେନ୍‌ କିଛି କ୍ଷଣ ହସମଜାକରେ ମାତି ଯାଇଥିଲେ। ଏହି ଅବସରରେ ସେମାନେ  ମଦ ଗ୍ଲାସ୍‌ ଉଠାଇ ପରସ୍ପରକୁ ‘ଚିୟର୍ସ’ କରିଥିଲେ। ଏହା ଅନ୍ୟମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା ।

ଉଭୟ ନେତା ମଦ୍ୟପାନ କରୁ ନ ଥିବାରୁ ସେମାନଙ୍କ ପାଇଁ ‘ନିଶା’ ବା ‘ଆଲ୍‌କ୍‌ହଲ୍‌’ ମିଶି ନ ଥିବା ମଦ ବରାଦ କରାଯାଇଥିଲା। ଏହି ମଦ ବା ‘ୱାଇନ୍‌’ ନାପା ଉପତ୍ୟକାରେ ରାଜ୍‌ ପଟେଲ୍‌ଙ୍କ ମାଲିକାନାରେ ଥିବା ‘ୱାଇନେରି’ରୁ ସ୍ୱତନ୍ତ୍ର ଭାବେ ଅର୍ଡର କରାଯାଇଥିଲା ।

‘ଷ୍ଟେଟ୍‌ ଡିନର୍‌’ ପାଇଁ ‘ପଟେଲ୍‌ ୱାଇନ୍‌ସ୍‌’ରୁ ‘ରେଡ୍‌ ୱାଇନ୍‌’ ଯୋଗାଇ ଦେବା ଲାଗି ହ୍ୱାଇଟ୍‌ ହାଉସ୍‌ ରାଜ୍‌ ପଟେଲ୍‌ଙ୍କୁ କହିଥିଲା। କିନ୍ତୁ ପଟେଲ୍‌ଙ୍କୁ ଏହି ନୈଶ୍ୟ ଭୋଜିକୁ ଆମନ୍ତ୍ରଣ କରାଯାଇ ନ ଥିଲା। ସେ କହିଛନ୍ତି, ଆମକୁ ଖାଲି ମଦ ‌ଯୋଗାଇ ଦେବାକୁ କୁହାଯାଇଥିଲା। ନିମନ୍ତ୍ରଣ କରାଯାଇନାହିଁ।

ଆମେରିକୀୟ ପ୍ରଥା ଅନୁସାରେ, ଭୋଜି ଶେଷରେ ସୁସ୍ୱାସ୍ଥ୍ୟ, ସୁଖ-ସମୃଦ୍ଧି କାମନା କରି ପରସ୍ପରର ମଦ ଗ୍ଲାସ୍‌କୁ ଛୁଆଇଁ ‘ଚିୟର୍ସ’ ବା ‘ଟୋଷ୍ଟ୍‌ ରେଜିଙ୍ଗ୍‌’ କରିବାର ବିଧି ଅଛି।

 ଏହି ଭବ୍ୟ ଡିନର ପାର୍ଟିରେ ଭାରତର ସବୁଠୁ ଧନୀ ମୁକେଶ ଅମ୍ବାନୀ, ଗୁଗଲ ସିଇଓ ସୁନ୍ଦର ପିଚାଇ, ୟୁଏସ୍‌ ସେକ୍ରେଟାରୀ ଅଫ୍‌ ଷ୍ଟେଟସ୍‌, ଡିଜାଇନର ରାଲଫ ଏଲୋରେନ ପ୍ରମୁଖ ସପତ୍ନୀକ ସାମିଲ ହୋଇଥିଲେ।

ଏହି ଅବସରରେ ବାଇଡେନଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ତାଙ୍କ ଝିଅ, ନାତୁଣୀ ପ୍ରମୁଖ ନିଜ ସ୍ୱାମୀଙ୍କ ସହ ନଜର ଆସିଥିଲେ।

ମୋଦି ଶାକାହାରୀ ହୋଇଥିବାରୁ ତାଙ୍କ ନିମନ୍ତେ ହ୍ୱାଇଟ୍‌ ହାଉସ୍‌ରେ ଆୟୋଜିତ ନୈଶ ଭୋଜିରେ ସମ୍ପୂର୍ଣ୍ଣ ଶାକାହାରୀ ଭୋଜନ ପରଷା ଯାଇଥିଲା।ଅତିଥିମାନଙ୍କୁ ପ୍ରଥମେ ମସାଲା ମାଣ୍ଡିଆ, ଗ୍ରୀଲ୍ଡ ମକା ସାଲାଡା, ତରଭୁଜ ସହ ଆଭୋକାଡୋ ପରଷା ଯିବ। ଏହାପରେ ମେନ କୋର୍ସରେ ଷ୍ଟଫ୍ଢ ମସରୁମ ସାଙ୍ଗକୁ କ୍ରିପସି ମିଲେଟ କେକ୍‌, ସମର ସ୍କ୍ୱାସ୍‌, ଲେମନ୍‌ ଦହି ସସ୍‌, ରୋଷ୍ଟେଡ ସମୁଦ୍ର ମାଛ, କେଶର ମିଶ୍ରିତ ଡିଜର୍ଟ ପରଷା ଯାଇଥିବା ଜଣାଯାଇଛି।

ମୋଦିଙ୍କ ଡିନର ପାର୍ଟିରେ ଭାରତୀୟ ଜାତୀୟ ପତାକା ପରି ସବୁଜ, ନାରଙ୍ଗି ଓ ଧଳା ରଙ୍ଗର ପ୍ରତିଫଳନକୁ ଗୁରୁତ୍ୱ ଦିଆଯାଇଥିବା । ଏଥିସହ ଭାରତର ଜାତୀୟ ପକ୍ଷୀ ମୟୂରର ସୁନ୍ଦରତା ପରି ଡାଇନିଂ ଟେବୁଲକୁ ସୁନ୍ଦରତାରେ ଭରି ଦେବାକୁ ଚେଷ୍ଟା କରାଯାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mAKItkU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages