କନଦର ମନତରଙକ ଘର ନଆ ଲଗଇ ଦଲ ଲକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 15, 2023

କନଦର ମନତରଙକ ଘର ନଆ ଲଗଇ ଦଲ ଲକ

କେନ୍ଦ୍ର ମନ୍ତ୍ରୀ (ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ) ଆର.କେ ରଞ୍ଜନ ସିଂହଙ୍କ ମଣିପୁରର ରାଜଧାନୀ ଇମ୍ଫାଲ ସ୍ଥିତ ଘରେ ଗୁରୁବାର ରାତିରେ ୧୦୦୦ରୁ ଅଧିକ ଲୋକ ପଶି ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଘରର ତଳ ଓ ପ୍ରଥମ ମହଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ହତାହତ ହୋଇନାହାନ୍ତି। ଏହି ଘଟଣା ଘଟିବା ସମୟରେ ଘରେ ମନ୍ତ୍ରୀ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ। ଏସ୍‌ଟି (ଅନୁସୂଚୀତ ଜନଜାତି) ମାନ୍ୟତା ଦାବିକୁ ନେଇ ଦୁଇଟି ଜାତି ମଧ୍ୟରେ ମଣିପୁରରେ ସଂଘର୍ଷ ହେତୁ ହିଂସାକାଣ୍ଡ ଜାରି ରହିଥିବା ବେଳେ ଗତକାଲି ଏଭଳି ଏକ ଘଟଣା ଘଟିଯାଇଛି।

କର୍ଫ୍ୟୁ ସତ୍ତ୍ୱେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ୧୦୦୦ରୁ ଅଧିକ ଲୋକ ମନ୍ତ୍ରୀଙ୍କ ଇମ୍ଫାଲର କୋଙ୍ଗବା ସ୍ଥିତ ଘରେ ପହଞ୍ଚି ଯାଇଥିଲେ। ସେତେବେଳେ ସେଠାରେ ୨୩ ଜଣ ସୁରକ୍ଷାକର୍ମଚାରୀ ଉପସ୍ଥିତ ଥିଲେ। ତେବେ ଲୋକେ ବଳପୂର୍ବକ ମନ୍ତ୍ରୀଙ୍କ ଘରେ ପ୍ରବେଶ କରିଥିଲେ। ସୁରକ୍ଷାକର୍ମଚାରୀ କହିବା ମୁତାବକ ଲୋକମାନେ ବିଭିନ୍ନ ଦିଗରୁ ପେଟ୍ରୋଲ ବୋମା ଫୋପାଡ଼ି ଥିଲେ। ତେଣୁ ସେମାନେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇନଥିଲେ।

କେନ୍ଦ୍ର ମନ୍ତ୍ରୀ ଆର.କେ ରଞ୍ଜନ ସିଂହଙ୍କ ଘରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଗତ ମେ’ ମାସରେ ମଧ୍ୟ କିଛି ଲୋକ ତାଙ୍କ ଘରକୁ ଆକ୍ରମଣ କରିଥିଲେ। ଅବଶ୍ୟ ସେତେବେଳେ ଉପସ୍ଥିତ ସୁରକ୍ଷା କର୍ମଚାରୀମାନେ ଫାଙ୍କା ଗୁଳି ଚାଳନା କରି ସେମାନଙ୍କୁ ସେଠାରୁ ତଡ଼ି ଦେଇଥିଲେ।

ମନ୍ତ୍ରୀ ସିଂହ କହିଛନ୍ତି, ମୋ ରାଜ୍ୟରେ ଯାହା ଘଟୁଛି ତାହା ଅତ୍ୟନ୍ତ ଦୁଃଖର ବିଷୟ। ମୁଁ ଏବେ ବି ସେମାନଙ୍କୁ ଶାନ୍ତି ସ୍ଥାପନ ପାଇଁ ଅନୁରୋଧ କରୁଛି। ଯେଉଁମାନେ ସେଠାରେ ଏଭଳି ହିଂସାକାଣ୍ଡରେ ଲିପ୍ତ ରହୁଛନ୍ତି, ସେମାନେ ଅମାନବୀୟ ଛଡ଼ା ଆଉ କିଛି ନୁହନ୍ତି।

ଏହା ପୂର୍ବରୁ ବୁଧବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଇମ୍ଫାଲ ସ୍ଥିତ ରାଜ୍ୟର ଏକମାତ୍ର ମହିଳା ମନ୍ତ୍ରୀ ନେମଚା କିପଜେନଙ୍କ ସରକାରୀ ବାସଭବନରେ ନିଆଁ ଲଗାଇ ଦେଇଥିଲେ। ଅବଶ୍ୟ ସେତେବେଳେ ଘରେ କେହି ଉପସ୍ଥିତ ନଥିଲେ।

ମେ’ ୩ ତାରିଖରୁ ମୈତୈ ଓ କୁକି ଜନଜାତି ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିବା ବେଳେ ଏଥିରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ମୈତୈ ଜାତିର ଲୋକେ ସେମାନଙ୍କୁ ଏସ୍‌ଟି (ଅନୁସୂଚିତ ଜନଜାତି) ବର୍ଗରେ ସାମିଲ କରିବାକୁ ଦାବି କରୁଥିବା ବେଳେ କୁକି ଜନଜାତିର ଲୋକମାନେ ଏହାକୁ ଦୃଢ଼ ବିରୋଧ କରୁଛନ୍ତି। ଆଉ ଏହାକୁ ନେଇ ଦେଢ଼ ମାସ ହେଲାଣି ଅଶାନ୍ତ ହୋଇପଡ଼ିଛି ମଣିପୁର।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pfedLYi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages