ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ ଆଜି ସକାଳେ ଏପରି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଭାଳୁଜୁରୀ ଗାଁର ଖୁସିରାମ ମହନନ୍ଦ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ ଖୁସିରାମ ନିଜ ସ୍ତ୍ରୀ ଓ ଝିଅ ସହ ମିଶି ନିଜ କାର୍ରେ ବଲାଙ୍ଗିର ଯାଉଥିଲେ। ମାୟାବର୍ହା ଛକ ନିକଟରେ ଗାଡ଼ିରେ ତେଲ ସରି ଯିବାରୁ ରାସ୍ତା କଡ଼ରେ ଗାଡି ଅଟକାଇ ଗାଡି ପଛପଟେ ଠିଆ ହୋଇ ଫୋନରେ କାହାସହ କଥା ହେଉଥିଲେ।
ଠିକ୍ ଏତିକି ସମୟରେ ପାଟଣାଗଡ଼ ପଟୁ ଦ୍ରୁତଗତିରେ ଏକ ଆମ୍ବୁଲାନ୍ସ ଆସି ଖୁସିରାମ ଉପରେ ଚଢିଯାଇଥିଲା। ପରେ କାର୍କୁ ଧକ୍କା ଦେଇଥିଲା। କାର୍ରେ ଥିବା ଖୁସିରାମଙ୍କସ୍ତ୍ରୀ ଓ ଝିଅ ଗୁରୁତର ଭାବରେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ହେଲେ ଚିକିତ୍ସାଧୀନ ଅବସ୍ଥାରେ ଖୁସିରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି।
ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବଲାଙ୍ଗୀର-ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ପାଟଣାଗଡ଼ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ତେବେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/L7FIzVE
No comments:
Post a Comment