ଘର ଲଚଇଥଲ ବଘଛଲ ଓ ହରଣ ଶଙଗ ରତ ଅଧଆ ଚଢ଼ଉ କଲ ବନବଭଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 15, 2023

ଘର ଲଚଇଥଲ ବଘଛଲ ଓ ହରଣ ଶଙଗ ରତ ଅଧଆ ଚଢ଼ଉ କଲ ବନବଭଗ

ଘରେ ଲୁଚାଇ ରଖିଥିଲେ ବାଘଛାଲ ଓ ହରିଣ ଶିଙ୍ଗ। ଭାବିଥିଲେ କେହି ଜାଣିପାରିବେନି। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ରାତିଅଧରେ ଚଢ଼ାଉ କରି ବାଘ ଛାଲ, ହରିଣ ଶିଙ୍ଘ ଏବଂ କିଛି ଅନ୍ୟ ଜୀବଙ୍କ ଅବଶେଷ ଜବତ କରିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ କଲମାଡଙ୍ଗରି ଗାଁରେ ଏହି ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କୁଶ ଭତରା, ମୋହନସିଂ ରାବତ ଓ ଡମାଏ ମାଝୀ।

ସୂଚନା ମୁତାବକ, କଲମାଡଙ୍ଗରି ଗାଁର କିଛି ବ୍ୟକ୍ତି ବେଆଇନ ଭାବେ ବାଘଛାଲ, ହରିଣ ଶିଙ୍ଗ ଓ ଅନ୍ୟ ଜୀବଙ୍କ କିଛି ଅବଶେଷ ଘରେ ରଖିଥିବା କୌଣସି ସୂତ୍ରରୁ ଖବର ପାଇଥିଲା ରାଇଘର ବନ ବିଭାଗ। ହେଲେ କଲମାଡଙ୍ଗରି ଗାଁଟି ଛତିଶଗଡ଼ ସୀମାନ୍ତରେ ହୋଇଥିବାରୁ ରାଇଘର ବନ ବିଭାଗ ଛତିଶଗଡ଼ର ଇନ୍ଦଗାଓଁ ବନ ବିଭାଗ ସହ ପ୍ରଥମେ ଯୋଗାଯୋଗ କରିଥିଲା। ଘଟଣାସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲା। ପରେ ଉଭୟ ବନ ବିଭାଗ ଅଭିଯୁକ୍ତଙ୍କୁ ଧରିବାକୁ ଯୋଜନା କରିଥିଲେ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ଦୁଇ ରାଜ୍ୟର ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଗତକାଲି ରାତିରେ ଅଚାନକ କଲମାଡଙ୍ଗରି ଗାଁର ୧୦ରୁ୧୫ଟି ଘରେ ଚଢଉ କରିଥିଲେ। ଚଢଉ ବେଳେ ଉକ୍ତ ଗ୍ରାମର କୁଶ, ମୋହନସିଂ, ଡମାଏ ମାଝୀଙ୍କ ଘରୁ ଗୋଟିଏ କଲରାପତରିଆ ବାଘ ଛାଲ, ହରିଣ ଶିଙ୍ଘ ଏବଂ କିଛି ଅନ୍ୟ ଜୀବଙ୍କ ଅବଶେଷ ଜବତ କରାଯାଇଥିଲା। ଏହାସହ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିଲା।

ବନ ବିଭାଗ ଜବତ କରିଥିବା ବାଘଛାଲ କେଉଁଠୁ ଆସିଲା ଓ କେଉଁ ଆଡ଼େ ଚଲାଣ ପାଇଁ ଯୋଜନା ଚାଲିଥିଲା ଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ବନ ବିଭାଗ ତିନି ଜଣ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରୁଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତ ଅଛି କି ସେନେଇ ବନ ବିଭାଗ ତଦନ୍ତ କରୁଛି।
 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/X2zVfMw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages