ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲାଗି ରହିଥିବା ବେଳେ ଏବେ ଏଥରୁ ମିଳିବନି ନିସ୍ତାର। ୧୮ ତାରିଖ ପର୍ଯ୍ୟନ୍ତ ଗରମ ସହ ଗୁଳୁଗୁଳିରେ ଛଟପଟ ହେବେ ରାଜ୍ୟବାସୀ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆକଳନରୁ ଏହା ଜଣାପଡ଼ିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ ରୁ ୭ ଡିଗ୍ରୀ ଅଧିକ ରହିବ। ୧୮ ତାରିଖ ପରେ ତାତି କମିବାର ସମ୍ଭାବନା ରହିଛି।
ଆଜି ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଆରମ୍ଭ ହୋଇଯାଇଛି। ସକାଳ ୫ଟା ୩୦ ସୁଦ୍ଧାର ରାଜଧାନୀ ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜ୍ୟର୧୫ଟି ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,ସମ୍ବଲପୁର, ବରଗଡ଼, ବଲାଙ୍ଗିର ସୋନପୁର, ନୂଆପଡ଼ା, କନ୍ଧମାଳ କଟକ, ଖୋର୍ଦ୍ଧା, କଳାହାଣ୍ଡି, ଅନୁଗୋଳ, ଦେବଗଡ଼ ଓ ବୌଦ୍ଧ । ସେହିପରି ୫ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ।
୧୪ ତାରିଖରେ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଯୋଗୁ ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଗତକାଲି ପୁଣି ଅଗ୍ନିବର୍ଷା ହୋଇଥିଲା। ପ୍ରବଳ ଗରମ ଓ ଗୁଳୁଗୁଳିରେ ସିଝିଥିଲା ସାରା ରାଜ୍ୟ। ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗରମ ଜନଜୀବନକୁ ପୁଣି ଅସ୍ତବ୍ୟସ୍ତ କରିଥିଲା। ଗତକାଲି ୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ୪୪ ଡିଗ୍ରୀ ଉପରେ ୩ ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଥିଲା ୮ଟି ସହର । ରାଜଧାନୀ ଭୁବନେଶ୍ୱରରେ ୪୨ ଡିଗ୍ରୀ ଟପିଥିଲା ପାରଦ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PKWgTER
No comments:
Post a Comment