ନିରାଡମ୍ବର ବିବାହ କଲେ ଅର୍ଥ ମନ୍ତ୍ରୀ ସୀତାରମଣଙ୍କ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 8, 2023

ନିରାଡମ୍ବର ବିବାହ କଲେ ଅର୍ଥ ମନ୍ତ୍ରୀ ସୀତାରମଣଙ୍କ ଝିଅ

ଅତି ନିରାଡମ୍ବର ଭାବେ ବିବାହ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ଭାଙ୍ଗାମାୟୀ । ଏହା ଏକ ପାରିବାରିକ ସମାରୋହ ହୋଇଥିବା ବେଳେ ଏଥିରେ କୌଣସି ହେଭିୱେଟ ରାଜନେତାଙ୍କୁ ଦେଖିବାକୁ ମିଳି ନ ଥିଲା।

ବେଙ୍ଗାଲୁରୁସ୍ଥିତି ଏକ ହୋଟେଲରେ ନିର୍ମଳା ସୀତାରମଣଙ୍କ ଝିଅ ପ୍ରତୀକଙ୍କୁ ଜୀବନସାଥୀ ରୂପେ ବାଛିଥିଲେ। ଉଚୁପି ଅଦମାରୁ ମଠର ସାଧୁସନ୍ଥଙ୍କ ମନ୍ତ୍ରପାଠରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ଓ ଉଭୟ ସାତ ଜନ୍ମର ସାଥୀ ପାଲଟିଥିଲେ।

ନିଜ ଜୀବନର ସ୍ପେଶାଲ ଦିନରେ ଅର୍ଥମନ୍ତ୍ରୀଙ୍କ ଝିଅ ପରକଲା ଭାଙ୍ଗାମାୟୀ ଏକ ଗୋଲାପି ରଙ୍ଗର ଶାଢ଼ିରେ କନିଆ ବେଶରେ ସଜ ହୋଇଥିଲେ। ସେହିପରି ତାଙ୍କ ସ୍ୱାମୀ ପ୍ରତୀକ ଧୋତି ପିନ୍ଧିଥିବା ସହ କାନ୍ଧରେ ଏକ ଧଳା ଚାଦର ପକାଇଥିଲେ। ନିଜ ଝିଅର ବିବାହ ଅବସରରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ମୋଲକାଲମୁରୁ ବ୍ଲୁ ରଙ୍ଗର ଶାଢ଼ି ପିନ୍ଧିଥିଲେ।  ବିବାହ ପରେ ନବଦମ୍ପତି ଅଦମାରୁ ମଠର ସାଧୁସନ୍ଥଙ୍କ ଆର୍ଶୀବାଦ ନେଇ ନିଜ ନୂଆ ଜୀବନ ଆରମ୍ଭ କରିଛନ୍ତି।

ନିର୍ମଳା ସୀତାରମଣଙ୍କ ଝିଅ ପରକଲା ସାମ୍ବାଦିକତାରେ ସ୍ନାତକ ପାସ୍‌ କରିଥିବା ବେଳେ ଏବେ ‘Mint Lounge’ ର ଫିଚକ ଡିପାର୍ଟମେଣ୍ଟରେ କାମ କରୁଥିବା ଜଣାଯାଇଛି। ଏହା ପୂର୍ବରୁ ସେ ‘ଦ ହିନ୍ଦୁ’ ପେପରରେ ବି ଜଣେ ଫିଚର ଲେଖିକା ଭାବେ କାମ କରୁଥିଲେ। ତାଙ୍କ ସ୍ୱାମୀ ପ୍ରତୀକ ଗୁଜରାଟ ବାସିନ୍ଦା ହୋଇଥିବା ଜଣାପଡ଼ିଥିବା ବେଳେ ତାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Yoe1fx6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages