ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୋ ପୁଅ ମରିଯାଇଛି। ଛାତିକୁ ପଥର କରି ପୁଅର ମୃତଦେହ ନେବାକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଦୌଡ଼ି ଆସିଛି ହତଭାଗିନୀ ମା’। ଯେଉଁ ନମ୍ବର ଦେଖି ହସ୍ପିଟାଲ୍ରେ ପହଞ୍ଚିଛି ହସ୍ପିଟାଲ୍ରେ ସେହି ନମ୍ବର ଦେଖାଯାଉନି କି ଶବ ବି ଦେଖାଯାଉନି। ବରଂ ହସ୍ପିଟାଲ୍ ପକ୍ଷରୁ ତାଙ୍କୁ ଅନ୍ୟ ଜଣଙ୍କ ମୃତଦେହ ନେବାକୁ ବାଧ୍ୟ କରୁଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।
ମହିଳା ଜଣଙ୍କ କହିଛନ୍ତି, ଯେଉଁ ନମ୍ବର ୱେବସାଇଟରେ ଥିଲା ତାହା ଦେଖି ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ରେ ପହଞ୍ଚି ଥିଲି। ହେଲେ ହସ୍ପିଟାଲ୍ ପକ୍ଷରୁ ସେହି ନମ୍ବର ଦେଖାଯାଉଛି ନା ମୃତଦେହ ଦେଖାଉଛନ୍ତି। ସେମାନେ ଆମକୁ ଅନ୍ୟ ନମ୍ବର ଦେଖାଇ ମୃତଦେହ ନେବାକୁ କହୁଛନ୍ତି। ହେଲେ ନା ମୁଁ ସେ ପିଲାକୁ ଚିହ୍ନିଛି ନା ସେ ପିନ୍ଧିଥିବା ପୋଷାକ ମୋ ପୁଅ ପିନ୍ଧିଥିବା ପୋଷାକ ସହ ମିଶୁଛି। ମୋ ପୁଅ ମୃତଦେହ ୯ ନମ୍ବରରେ ଥିଲା। ମୋତେ ୧୧୧ ନମ୍ବର ଥିବା ମୃତଦେହକୁ ନେବାକୁ କୁହାଯାଉଛି।
ମହିଳା ଜଣଙ୍କ ଆହୁରି କହିଛନ୍ତି, ଡିଏନ୍ ଟେଷ୍ଟ କରିବାକୁ କହୁଛନ୍ତି। ଡିଏନ୍ ଟେଷ୍ଟ କରାଯିବା ପରେ ଯଦି ତୁମ ପୁଅ ମୃତଦେହ ମିଳିଯିବ, ତାହାହେଲେ ତୁମକୁ ଫୋନ କରାଯିବ। ତୁମେ ଆସି ମୃତଦେହ ନେଇଯିବ ବୋଲି ସେମାନେ ମୋତେ କହିଛନ୍ତି।
ଏଭଳି ସ୍ଥିତିରେ ମହିଳା ଜଣଙ୍କ କ’ଣ କରିବେ କ’ଣ ନାହିଁ, ଏନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଭୁବନେଶ୍ୱରରେ କେହି ଆତ୍ମୀୟ ପରିଜନ ନଥିବାରୁ ସେ କୋଲକତା ଫେରିଯିବେ ବୋଲି ନିଷ୍ପତ୍ତି ନେଇଥିବା ମହିଳା ଜଣଙ୍କ କହିଛନ୍ତି।
ବାହାନଗା ଟ୍ରେନ୍ ଦୁର୍ଘଟଣା୨୩ ବର୍ଷୀୟ ପୁଅ ହରାଇଥିଲା ହତଭାଗିନୀ ମା’।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/j0SO7WH
No comments:
Post a Comment