ଶଶ ଘରକ ଫରବକ ସରତତ ରଖଲ ଦବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 14, 2023

ଶଶ ଘରକ ଫରବକ ସରତତ ରଖଲ ଦବକ

ଯୌତୁକରେ ବର ବାଇକ ମାଗିବାରୁ ବାହାଘର ପରଦିନ ନବବଧୂ ହାତରୁ ଶଙ୍ଖା ଖୋଲି ବାପ ଘରକୁ ଚାଲିଆସିବା ଘଟଣାରେ ଆସିଛି ନୂଆ ମୋଡ଼।ଯୌତୁକକୁ ବିରୋଧ କରି ଏଭଳି ପଦକ୍ଷେପ ନେଇ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସାରୁପାଟା ଗାଁର ଦେବକୀ ଦିଗାଲ ଏବେ ଶାଶୁ ଘରକୁ ଫେରିବାକୁ ରଖିଛନ୍ତି ସର୍ତ୍ତ। କୋର୍ଟ ମ୍ୟାରେଜ କରିବା ପରେ ହିଁ ଶାଶୁ ଘରକୁ ଫେରିବେ ବୋଲି ସେ ରୋକଠୋକ ଶୁଣାଇ ଦେଇଛନ୍ତି। 

ଦେବକୀ କହିଛନ୍ତି, କୋର୍ଟ ମ୍ୟାରେଜ କରିବା ପରେ ହିଁ ଶାଶୁ ଘରକୁ ଯିବି। ଯେପର୍ଯ୍ୟନ୍ତ କୋର୍ଟ ମ୍ୟାରେଜ ନ ହୋଇଛି ସେ ପର୍ଯ୍ୟନ୍ତ ବାପା ଘରେ ହିଁ ରହିବି। ମୋ ସ୍ୱାମୀ ତାଙ୍କ ଭୁଲ୍ ବୁଝିପାରିଛନ୍ତି। ସେ ଆଉ କେବେ ଯୌତୁକ ମାଗିବେନି ବୋଲି କହିଛନ୍ତି।

ବିବାହର ପର ଦିନ ଦେବକୀ ନିଜ ବାପ ଘରକୁ ପଳାଇ ଆସିଥିଲେ। ଆଜକୁ ୫ ଦିନ ହେଲା ବାପ ଘରେ ଅଛନ୍ତି। ଅନ୍ୟପକ୍ଷରେ ନିଜ ପତ୍ନୀକୁ ବୁଝାସୁଝା କରିବା ଲାଗି ସ୍ୱାମୀ ଅର୍ଜୁନ ଦିଗଲ ଗତକାଲି ଦେବକୀଙ୍କ ଘରକୁ ଆସିଥିଲେ। ଯୌତୁକ ମାଗିବା ତାଙ୍କର ସବୁଠୁ ବଡ଼ ଭୁଲ ଥିଲା ବୋଲି ସେ ଦେବକୀଙ୍କ ଆଗରେ ସ୍ୱୀକାର କରିଥିଲେ। 

ନବବଧୂଙ୍କୁ ବୁଝେଇ କିଭଳି ଫେରାଇ ଅଣାଯିବ ସେ ନେଇ ଗତକାଲି ବର ପକ୍ଷରୁ କିଛି ଭଦ୍ରଲୋକେ ଦେବକୀଙ୍କ ଗାଁରେ ସଭା କରିଥିଲେ। ଏହି ସଭାରେ ଉଭୟ ବରକନ୍ୟା ପକ୍ଷ ଉପସ୍ଥିତ ଥିଲେ। ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା ହୋଇଥିଲା। କୋର୍ଟ ମ୍ୟାରେଜ କଲେ ହିଁ ଝିଅକୁ ଛାଡ଼ିବେ ବୋଲି ଦେବକୀଙ୍କ ଘର ଲୋକେ ରୋକଠୋକ କହିଥିଲେ। ତେଣୁ ବର ପକ୍ଷର ଭଦ୍ର ଲୋକେ ନିରାଶ ହୋଇ ଫେରି ଯାଇଥିଲେ। ତେବେ ଦେବକୀଙ୍କ ଘର ଲୋକଙ୍କ ସମସ୍ତ ନିଷ୍ପତ୍ତିକୁ ମାନିବେ ବୋଲି କହିଛନ୍ତି ଅର୍ଜୁନ।

ସେ କହିଛନ୍ତି, ଯିବାଆସିବା ପାଇଁ ମୁଁ ବାଇକ୍‌ ମାଗିଥିଲି। ମୋ ଦ୍ୱାରା ହୋଇଥିବା ଭୁଲ୍‌କୁ ମୁଁ ସ୍ୱୀକାର କରୁଛି। କୋର୍ଟ ମ୍ୟାରେଜ ପରେ ଦେବକୀଙ୍କୁ ଘରକୁ ଆଣିବି। ଦେବକୀଙ୍କୁ ଖୁସିରେ ରଖିବି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/R5Q1TjZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages