ନଶସ ସୱମ ଲକ ଲଗଇ ସତରକ ମଡ଼ ମରବ ସହ ଦଷକରମ କରବକ କହଥଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 14, 2023

ନଶସ ସୱମ ଲକ ଲଗଇ ସତରକ ମଡ଼ ମରବ ସହ ଦଷକରମ କରବକ କହଥଲ

ବାରମ୍ବାର ପତ୍ନୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବା ନୃଶଂସ ସ୍ୱାମୀ ମାନବିକତାର ସବୁ ସୀମା ଟପି ଯାଇଛି। ପତି-ପତ୍ନୀର ପବିତ୍ର ବନ୍ଧନକୁ ଭୁଲି ଲୋକ ଲଗାଇ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି। ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ରାଣୀପୋଖରୀ ଗାଁରେ। ଏନେଇ ପତ୍ନୀ ବେବିନା ଦାସ ଆଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିଛି। ଘଟଣାପରେ ଅଭିଯୁକ୍ତ ସ୍ୱାମୀ ଆଶିଷ ଦାସ ଫେରାର ହୋଇଯାଇଛି।

ଅଭିଯୋଗ ଅନୁସାରେ, ରାଣୀପୋଖରୀ ଗାଁର ଆଶିଷ ୪ବର୍ଷ ତଳେ ବେବିନାଙ୍କୁ ବିବାହ କରିଥିଲେ। ବିବାହ ପରେ ଆଶିଷ ବେବିନାଙ୍କୁ ଟିକିଏ ଟିକିଏ କଥାରେ ମାରପିଟ୍ କରୁଥିଲେ। ଏନେଇ ବେବିନା ବାପଘରେ ଜଣାଇବା ପରେ ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା। ହେଲେ ବୁଝାମଣା ପରେ ପୁଣି ଆଶିଷ ବେବିନାକୁ ମାରପିଟ୍ କରୁଥିଲେ। ବେବିନା ସବୁ କଷ୍ଟ ସହି ନିଜର ୧୧ ମାସର ଝିଅକୁ ନେଇ ଶାଶୁ ଘରେ ପଡ଼ି ରହିଥିଲେ।

ଗତକାଲି ସନ୍ଧ୍ୟା ସମୟରେ ବେବିନା ନିଜର ଛୋଟ ଝିଅକୁ ନେଇ ଛାତ ଉପରେ ବସିଥିଲେ। ଏହି ସମୟରେ ଆଶିଷ ଦୁଇ ଜଣ ଲୋକଙ୍କୁ ଆଣି ବେବିନାଙ୍କୁ ମାଡ଼ ମାରିବା ପାଇଁ କହିଥିଲେ। ଏହାସହ ତାଙ୍କୁ ଦୁଷ୍କର୍ମ କରିବା ପାଇଁ କହିଥିବା ବେବିନା ଅଭିଯୋଗ କରିଛନ୍ତି। ବେବିନାଙ୍କୁ ତାଙ୍କ ସ୍ୱାମୀ ଓ ଆଉ ଦୁଇ ବ୍ୟକ୍ତି ମାରପିଟ କରୁଥିବାବେଳେ ସେ ଦୌଡ଼ିକୁ ପଳାଇ ଆସିଥିଲେ ଓ ପାଟିକରି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ।

ତଥାପି ଆଶିଷର ରାଗ ଶାନ୍ତି ପଡ଼ି ନଥିଲା। ଗାଁରେ ଦାଣ୍ଡରେ ଆଶିଷ ଓ ଦୁଇ ବ୍ୟକ୍ତି ବେବିନାଙ୍କୁ ନିର୍ଧୂମ ବାଡ଼େଇ ଥିଲେ। ଗ୍ରାମବାସୀ ଏହା ଦେଖି ଦୌଡ଼ି ଆସିଥିଲେ। ପରେ ଆଶିଷ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗ୍ରାମବାସୀ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ କାବୁ କରି ପୁଲିସ ଜିମାରେ ଦେଇଥିଲେ। ଏନେଇ ଆଳି ଥାନାରେ ବେବିନା ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହାସହ ପୁଲିସ ଆଶିଷଙ୍କ ବାପାମା’ଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।

ବେବିନାଙ୍କ ବାପା କହିଛନ୍ତି, ମୋ ଝିଅକୁ ରାଣୀପୋଖରୀ ଗାଁରେ ବାହା ଦେଇଥିଲି। ସେ ପରିବାର ଏତେ ଖରାପ ବୋଲି ମୁଁ ଜାଣି ନଥିଲି। ତାର ଶ୍ୱଶୁର ଘର ଲୋକେ ମୋ ଝିଅକୁ ବାରମ୍ବାର ନିର୍ଯାତନା ଦେଉଥିଲେ। ମୋ ଝିଅ ଏହି କଥା ଜଣାଇବା ପରେ ମୁଁ ଯାଇ ତାକୁ ନେଇ ଆସିଥିଲି। କିଛି ଦିନ ପରେ ତାର ଶ୍ୱଶୁର ଘର ଲୋକେ ଝିଅକୁ ନେବାକୁ ଆସିଥିଲେ। ଉଭୟ ଗାଁର ସରପଞ୍ଚ ଓ ପୁଲିସ ଉପସ୍ଥିତିରେ ମୁଁ ମୋ ଝିଅକୁ ଛାଡ଼ିଥିଲି। ତା’ ପରେ ବି ସେମାନେ ମୋ ଝିଅକୁ ନିର୍ଯାତନା ଦେଉଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/P5m8dyZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages