ଫ୍ଲାଏଓଭର ଉପରେ ଶାଶୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହାଣି ହତ୍ୟା କରିଛି ଜ୍ୱାଇଁ। ଶାଶୁ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ପାଇଁ ବାରମ୍ବାର ଉସାଇକାଇ ଚାଲିଥିଲେ। ଏଥିରେ ରାଗି ଯାଇ ଜ୍ୱାଇଁ ଜଣଙ୍କ ତାଙ୍କୁ ଶାଶୁଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଛନ୍ତି।
ପୁଲିସ୍ କହିଛି ଯେ ଶନିବାର ରାତି ପ୍ରାୟ ୯ଟା ବେଳେ ବିଜୟୱାଡାର ସି ଭେଙ୍କଟ ରାଓ ଫ୍ଲାଏ ଓଭର ଉପରେ ପୂରା ଘଟଣା ଘଟିଛି। ୩୭ ବର୍ଷୀୟ ରାଜେଶ ତାଙ୍କ ଶାଶୁ ୪୭ ବର୍ଷୀୟ ନାଗମଣିଙ୍କୁ ହତ୍ୟା କରିଛନ୍ତି।
ନାଗମଣିଙ୍କ ଝିଅଙ୍କୁ ରାଜେଶ ବିବାହ କରିଥିଲେ। ହେଲେ ନାଗମଣି କିଛି ଦିନ ହେବ ରାଜେଶଙ୍କୁ ତୁରନ୍ତ ଛାଡ଼ପତ୍ର ଦେବାକୁ ତାଙ୍କ ଝିଅଙ୍କୁ ଉସକାଇବାରେ ଲାଗିଥିଲେ। ପତ୍ନୀ ମଧ୍ୟ ଏଥିପାଇଁ ରାଜେଶଙ୍କ ଠାରୁ ଅଲଗା ରହୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରାଜେଶ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ।
ତେଣୁ ସେ ଶନିବାର ରାତିରେ ଗୋଟିଏ ଧାରୁଆ ଅସ୍ତ୍ର ଦ୍ୱାରା ନାଗମଣିଙ୍କୁ ହାଣି ଦେଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ପୁଲିସ କହିଛି। ପୁଲିସ୍ ରାଜେଶଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ତେବେ ତାଙ୍କୁ ଧରିବାକୁ ସକ୍ଷମ ହୋଇନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Yh4mFAD
No comments:
Post a Comment