ବଜପ ସହ ବଢ଼ଛ କସଆରଙକ ନବଡ଼ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 24, 2023

ବଜପ ସହ ବଢ଼ଛ କସଆରଙକ ନବଡ଼ତ!

ତେଲେଙ୍ଗାନାର କ୍ଷମତାସୀନ ଭାରତ ରାଷ୍ଟ୍ରୀୟ ସମିତି(ବିଆରଏସ୍‌) ଏବେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏକଦା ବିଜେପି ବିରୋଧରେ ମେଳି କରୁଥିବା ବିଆରଏସ୍‌ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଏବେ ନିଜ ଆଭିମୁଖ୍ୟ ବଦଳାଇଥିବାର ସଙ୍କେତ ଦେଇଛନ୍ତି। ଦୀର୍ଘ ଦୁଇ ବର୍ଷ ହେଲା ବିଆରଏସ୍‌ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡକା ଯାଉଥିବା ବୈଠକକୁ ବୟକଟ କରିବାରେ ଲାଗିଥିଲା 

କିନ୍ତୁ ଏବେ ଉକ୍ତ ବୟକଟ ନିଷ୍ପତ୍ତିକୁ ଦଳ ପ୍ରତ୍ୟାହାର କରି ନେଇଛି। ଖାସ ଏହି କାରଣ ପାଇଁ ବିଆରଏସ୍‌ ୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ କେନ୍ଦ୍ର ସରକାର ଡାକିଥିବା କୌଣସି ବୈଠକକୁ ନିଜର ପ୍ରତିନିଧିଙ୍କୁ ପଠାଇଛି।

ମଣିପୁର ହିଂସାକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶନିବାର ସର୍ବଦଳୀୟ ବୈଠକ ଡାକିଥିଲେ। ଲାଗୁଥିଲା ସବୁ ଥର ଭଳି ଏଥର ମଧ୍ୟ ବିଆରଏସ୍‌ କାହାକୁ ପଠାଇବ ନାହିଁ। ହେଲେ ସର୍ବଦଳୀୟ ବୈଠକରେ କେସିଆରଙ୍କ ପ୍ରତିନିଧି ଦେଖିବାକୁ ମିଳିଥିଲେ। କେସିଆର ଏକଦା ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏବେ ସେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ସେ ତେଲେଙ୍ଗାନା ବିକାଶ ମଡେଲ ଉପରେ ଫୋକସ କରୁଛନ୍ତି। ଏଥିସହ ତାଙ୍କ ଦଳ ଜୁନ ୨୩ରେ ପାଟନାରେ ହୋଇଥିବା ବିରୋଧୀଙ୍କ ମହ ବୈଠକରେ ମଧ୍ୟ ଯୋଗ ଦେଇ ନଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ କେସିଆର ଏବେ ବିଜେପି ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି।

ଜୁନ ୧୫ରେ କେସିଆର ନାଗପୁର ଠାରେ ବିଆରଏସ୍‌ ବୈଠକରେ ଯୋଗ ଦେଇଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲ ସାଙ୍ଗ ବୋଲି କହିଥିଲେ। ସେହିପରି ପାଟନାରେ ବିରୋଧୀ ଦଳ ଗୁଡ଼ିକ ବିଜେପି ବିରୋଧରେ ବୈଠକ କରୁଥିବା ବେଳେ କେସିଆରଙ୍କ ତଥା ତେଲେଙ୍ଗାନା ମନ୍ତ୍ରୀ କେଟି ରାମାରାଓ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ ଆରମ୍ଭ କରିଥିଲେ।

ସେ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି। ରବିବାର ସମ୍ଭବତଃ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାବାଦ ୨୦୨୦ ନଭେମ୍ବର ପରେ କେସିଆରଙ୍କ ଦଳ କେନ୍ଦ୍ର ସରକାରଙ୍କ ଦ୍ୱାରା ଡକା ଯାଇଥିବା କୌଣସି ବୈଠକରେ ଯୋଗ ଦେଉ ନଥିଲା। କିନ୍ତୁ ଏବେ ଅମିତ ଶାହ ଡାକିଥିବା ସର୍ବଦଳୀୟ ବୈଠକରେ କେସିଆର ଦଳର ବରିଷ୍ଠ ନେତା ବି ବିନୋଦଙ୍କୁ ଯୋଗ ଦେବାକୁ କହିଥିଲେ। ସେ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।

ଏସବୁ ଘଟଣାକ୍ରମକୁ ଦେଖିଲେ ପୂର୍ବାପେକ୍ଷା କେସିଆର ବିଜେପି ପ୍ରତି ନରମ ଆଭିମୁଖ୍ୟ ପୋଷଣ କରୁଥିବା ଜଣାପଡ଼ୁଛି। ଏହା ପଛରେ ଦିଲ୍ଲୀ ଅବକାରୀ ନୀତି ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଅବାକାରୀ ନୀତି ଦୁର୍ନୀତି ଘଟଣାରେ କେସିଆରଙ୍କ ଝିଅ କେ କବିତାଙ୍କୁ ସିବିଆଇ ଓ ଇଡି ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। ତାଙ୍କୁ ଇଡି ଦୁଇ ଥର ଜେରା କରିଥିବା ବେଳେ ଦୁଇଟି ଚାର୍ଜଶିଟରେ ମଧ୍ୟ ତାଙ୍କ ନାଁ ରହିଥିଲା। ତାଙ୍କୁ ଗିରଫ ମଧ୍ୟ କରାଯିବାର ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଏପ୍ରିଲ ମାସରେ ଦାଖଲ ହୋଇଥିବା ଚାର୍ଜଶିଟରେ ତାଙ୍କ ନାଁ ନଥିଲା। ତେଣୁ କେସିଆରଙ୍କ ପରିବର୍ତ୍ତନ ପଛରେ ଇଡିର ଭୂମିକା ରହିଥାଇ ପାରେ ବୋଲି ମଧ୍ୟ କୁହାଯାଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YPVWDNr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages