ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ନିମନ୍ତେ ଭାରତକୁ ବେଆଇନ ଭାବେ ଅନ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚାଲାଣ କରୁଥିବା ୧୩ ପାକିସ୍ତାନ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି NIA( ଜାତୀୟ ସୁରକ୍ଷା ଏଜେନ୍ସି ) । ସେମାନଙ୍କ ମଧ୍ୟରୁ ୧୦ ଜଣ ଏବେ ଭାରତ ଜେଲ୍ରେ ବନ୍ଦୀ ଥିବା ବେଳେ ୩ ଜଣ ଫେରାର ଅଛନ୍ତି।
ଗତବର୍ଷ ଡିସେମ୍ବର ମାସରେ ପାକିସ୍ତାନର ଏକ ମାଛଧରା ବୋଟରେ ୧୩ ଜଣ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଧରି ଜଳପଥରେ ଗୁଜରାଟ ଦେଇ ଭାରତରେ ପ୍ରବେଶ ପାଇଁ ଚେଷ୍ଟା ଚଳାଇଥିଲେ। ଏପରିକି ପୁଲିସ୍ ଆଖିରୁ ଖସି ଯିବା ନିମନ୍ତେ ଏକ ଗ୍ୟାସ୍ ସିଲିଣ୍ଡରରେ ଡ୍ରଗ୍ସ ଭର୍ତ୍ତି କରି ଆଣିଥିଲେ।
ଭାରତୀୟ ସୁରକ୍ଷା ବଳ ଉକ୍ତ ଡଙ୍ଗାକୁ ଅଟକ ରଖିଥିବା ବେଳେ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ୪୦ କେଜି ହିରୋଇନ, ୬ଟି ବିଦେଶୀ ବନ୍ଧୁକ, ୬ଟି ମାଗାଜିନ୍ ୧୨୦ଟି ଜୀଅନ୍ତା ଗୁଳି, ପାକିସ୍ତାନୀ ପରିଚୟପତ୍ର, ପାକିସ୍ତାନୀ ମୁଦ୍ରା ଓ ମୋବାଇଲ ଫୋନ୍ ଜବତ ହୋଇଥିଲା। ଏହି ମାମଲାରେ ୧୦ ଜଣ ଗିରଫ ହୋଇ ଭାରତ ଜେଲ୍ରେ ବନ୍ଦୀ ଥିବା ବେଳେ ୩ ଜଣ ଖସି ଯିବାରେ ସକ୍ଷମ ହୋଇଥିଲେ।
ଏହି ମାମଲାର ଚାର୍ଜସିଟ୍ ଗତ ଗୁରୁବାର ଏନଆଇଏ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରାଯାଇଛି। ତେବେ ଏହି ମାମଲାରେ ଫେରାର ଥିବା ୩ ଜଣଙ୍କୁ ଗିରଫ କରି ଭାରତ ଆଣିବାକୁ କି ପଦକ୍ଷେପ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4pch5vd
No comments:
Post a Comment