ପିଛା ଛାଡୁନି ଦୁର୍ଘଟଣା। ବାହାନଗା ଟ୍ରେନ୍ ଟ୍ରାଜେଡି ଓ ଯାଜପୁର ରୋଡରେ ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ ମନରୁ ନ ଲିଭିନ ଥିଲା ବେଳେ ଗୋଟିଏ ପରେ ଗୋଟିଏ ଟ୍ରେନରେ ନିଆଁ ଲାଗିଯାଉଥିବା ଖବର ଆସୁଛୁ। ଆଜି ସକାଳେ ଦକ୍ଷିଣପୂର୍ବ ରେଳପଥର ରୂପସା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ।
ଗତକାଲିଠୁ କୋଇଲା ବୋଝେଇ ଟ୍ରେନ୍ଟି ରୂପସା ଷ୍ଟେସନ ନିକଟରେ ଠିଆ ହୋଇଥିଲା। ଆଜି ସକାଳେ ଏକ ବଗିରେ ଧୂଆଁ ବାହାରୁଥିବା ରେଳ କର୍ମଚାରୀ ଦେଖିଥିଲେ। ଏନେଇ ବାଲେଶ୍ୱର ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଟ୍ରେନରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ରେଲୱେ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।
ସୂଚନାଯୋଗ୍ୟ,ଗୁରୁବାର ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିଲା। ନିଆଁକୁ ଆୟତ୍ତ କରାଯିବା ଗୋଟିଏ ଘଣ୍ଟା ପରେ ଟ୍ରେନ୍ଟି ଛାଡ଼ିଥିଲା। ସେହିପରି ମଙ୍ଗଳବାର ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Nd5VoLW
No comments:
Post a Comment