ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଉଭଉଣୀ ଦୀର୍ଘ ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି। ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଅବିଶ୍ୱନୀୟ ଘଟଣା ଘଞ୍ଚ ଆମାଜନ ଜଙ୍ଗଲରେ ଘଟିଥିବା ବେଳେ ଏହାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା । ଏହା କୌଣସି ଚମତ୍କାରଠୁ କମ୍ ନୁହେଁ ବୋଲି କହିଛନ୍ତି କୋଲୋମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ । ଉଦ୍ଧାର ହୋଇଥିବା ପିଲାମାନଙ୍କ ବୟସ ଯଥାକ୍ରମେ ୧୩, ୯, ୪ ଓ ୧୧ ମାସ। ତେବେ ଆମାଜନ ପରି ଜଙ୍ଗଲରେ ହିଂସ୍ର ପଶୁଙ୍କ ଚଳପ୍ରଚଳ ମଧ୍ୟରେ କିପରି ଏହି ଭାଇଭଉଣୀ ତିଷ୍ଠି ପାରିଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ।
ମେ ୧ ତାରିଖରେ ୭ ଜଣଙ୍କୁ ଧରି ଯାଉଥିବା ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଭଗାଂବଶେଷ ସହ ୩ ଜଣଙ୍କ ମୃତଦେହକୁ ଡଠାବ କରାଯାଇଥିବା ବେଳେ ନିଖୋଜ ଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ମିଳି ପାରି ନ ଥିଲା। ଏହାପରେ ସେମାନଙ୍କ ସନ୍ଧାନ ନିମନ୍ତେ ଟିମ୍ ଗଠିତ ହୋଇ ବିଭିନ୍ନ ସ୍ଥାନରେ ଖାନତଲାସୀ ଚାଲିଲା। ଏହି ପିଲାମାନେ ଆମାଜନ ଜଙ୍ଗଲରେ ଥିବା ବେଳେ ଦୀର୍ଘ ୪୦ ଦିନ ହେବ ଫଳମୂଳ ଖାଇ ବଞ୍ଚି ରହିଥିଲେ।
ଦୀର୍ଘ ଦିନର ଖାନତଲାସୀ ପରେ ସନ୍ଧାନୀକାରୀ ଦଳ ଆମାଜନ ଜଙ୍ଗଲରେ ମାଟିରେ ଛୋଟ ପାଦଚିହ୍ନ ଦେଖିବାକୁ ପାଇଥିଲେ। ତେଣୁ ପିଲାମାନେ ଉକ୍ତ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଅନୁମାନ କରି ତଲାସୀ ଅଭିଯାନକୁ ଜୋରଦାର କରିଥିଲେ। ଏହାପରେ ସେମାନେ ଘଞ୍ଚ ଜଙ୍ଗଲରେ ପିଲାମାନଙ୍କୁ ଠାବ କରିଥିଲେ। ସମସ୍ତେ ବଞ୍ଚିଥିବା ଦେଖି ନିଜ ଆଖିକୁ ଉଦ୍ଧାରକାରୀ ଦଳ ବିଶ୍ୱାସ କରି ପାରି ନ ଥିଲେ।
ସେମାନଙ୍କ ଶରୀର କ୍ଷୀଣ ହୋଇ ଯାଇଥିବା ବେଳେ ସେମାନେ ଖୁବ୍ ଦୁର୍ବଳ ଦେଖାଯାଉଥିଲେ। ଉଦ୍ଧାରକାରୀ ଦଳ ତୁରନ୍ତ ସେମାନଙ୍କୁ ବିମାନ ଯୋଗ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି। ଏବେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାଯାଇଛି।
କୋଲୋମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ ପିଲାଙ୍କ ଉଦ୍ଧାର ବେଳର ଫୋଟ ପୋଷ୍ଟ କରି, ଏହା ଚମତ୍କାର, ସମଗ୍ର ଦେଶ ପାଇଁ ଏହା ଖୁବ୍ ଆନନ୍ଦର ବିଷୟ ବୋଲି କହିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ତିଷ୍ଠି ରହିବାର ଏହା ପ୍ରକୃଷ୍ଟ ଉଦାହରଣ । ଏହି ପିଲାମାନଙ୍କ କଥା ଇତିହାସରେ ବି ଲିପିବଦ୍ଧ ରହିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
ଉଦ୍ଧାର ହୋଇଥିବା ପିଲାମାନଙ୍କ ପରିବାର ସମ୍ପର୍କରେ ସୂଚନା ମିଳି ପାରି ନ ଥିବା ବେଳେ ସେମାନଙ୍କ ମା’ , ଜଣେ ଆତ୍ମୀୟ ଓ ପାଇଲଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାଯାଇଛି।
ତେବେ ଏହି ପିଲାମାନେ କୌଣସି ଅଭିଜ୍ଞତା ନ ଥାଇ ଘଞ୍ଚ ଆମାଜନ ଜଙ୍ଗଲରେ କିପରି ୪ର୍ଘ ୪୦ ଦିନ ତିଷ୍ଠି ପାରିଲେ। କ’ଣ ଖାଇଲେ, ରାତି କିପରି କାଟିଲେ, ଛୋଟ ଛୁଆର ଯତ୍ନ କିପରି ନେଲେ ତାହା ଏବେ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wUniOBc
No comments:
Post a Comment