ବଜଡ ନତଙକ କର ମଡ଼ଇ ହତୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 20, 2023

ବଜଡ ନତଙକ କର ମଡ଼ଇ ହତୟ

 ବିଜେଡି ନେତାଙ୍କୁ କାର୍ ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ‌ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ ମୋହନ ମହାପାତ୍ର।

ଗତକାଲି ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହ ଲଳିତଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଲଳିତ ସେଠାରୁ ନିଜ ବାଇକରେ ପଳାଇ ଆସିଥିଲେ। ଘରକୁ ଫେରିଲା ବେଳେ ସଂପୃକ୍ତ ଯୁବକ ଜଣଙ୍କ ଲଳିତ ବାଇକ୍‌କୁ କାର୍‌ରେ ପିଛା କରିଥିଲା। ଗାଁ ସ୍କୁଲ ଓ ପଞ୍ଚାୟତ ମଧ୍ୟବର୍ତ୍ତୀ ଅଞ୍ଚଳରେ ତାଙ୍କ ଉପରେ କାର୍‌ ମଡ଼ାଇ ଦେଇଥିଲା। ପରେ ନିଜ କାର୍‌ରେ ଲଳିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲା ସଂପୃକ୍ତ ଯୁବକ। ପରେ ସେଠାରୁ ଫେରାର ହୋଇଯାଇଥିଲା। ଡାକ୍ତରଖାନାରେ ଲଳିତଙ୍କର ମୃତ୍ୟୁ ଘଟିଥିଲା। 

 ଏ ସଂକ୍ରାନ୍ତରେ ଲଳିତଙ୍କ ପରିବାର ପକ୍ଷରୁ କେ. ନୂଆଗାଁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Tb9XhVu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages