ଯତକ ଦବ କର ହଟହଟ ଗଛର ବନଧ ହଲ ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 20, 2023

ଯତକ ଦବ କର ହଟହଟ ଗଛର ବନଧ ହଲ ବର

ବେଦୀରେ ଜଳୁଥିଲା ହୋମ ନିଆଁ। ପଣ୍ଡିତ ଉଚ୍ଚାରଣ କରୁଥିଲେ ମନ୍ତ୍ରପାଠ । ଏହାମଧ୍ୟରେ ଚାଲିଥିଲା ବିବାହ କାର୍ଯ୍ୟ। ହେଲେ ବରଣମାଳା ପକାଇବା ପୂର୍ବରୁ ଘଟିଲା ଅଭାବନୀୟ କାଣ୍ଡ। ଅଧିକ ଯୌତୁକ ମାଗିବାରୁ ହଠାତ୍‌ କନିଆ ଘର ଲୋକେ ବରଙ୍କୁ ଟେକିନେଇ ଏକ ଗଛରେ ବାନ୍ଧି ଦେଲେ। ଦୀର୍ଘ ସମୟ ପରେ ପୁଲିସ୍‌ ପହଞ୍ଚି ବରକୁ ଉଦ୍ଧାର କରିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି। ଏପରି ଏକ ଅଜବ କାଣ୍ଡ ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ବିବାହ ଉତ୍ସବ ନିମନ୍ତେ ବର ପକ୍ଷ ପ୍ରତାପଗଡ଼ରେ ପହଞ୍ଚିଥିଲେ। ବେଶ୍‌ ଜାକଜମକରେ ବିବାହ ଚାଲିଥିବା ବେଳେ ହଠାତ୍‌ ଘଟିଲା ଅଜବ କାଣ୍ଡ। ପୂର୍ବରୁ କିଛି ଦାବି କରି ନ ଥିବା ବର ପକ୍ଷ ହଠାତ୍‌ ବିବାହ ମଝିରେ ଯୌତୁକ ଦାବି କରିଥିଲେ।

ଏହା ଶୁଣି କନିଆ ଘର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଏପରିକି ନିଜ ଦାବିରୁ ଓହରିଯିବାରୁ ସେମାନେ ନେହୁରା ବି ହୋଇଥିଲେ। ହେଲେ ବର ପକ୍ଷ କିଛି ଶୁଣି ନ ଥିଲେ। ଏଥିରେ ଉତ୍ତ୍ୟକ୍ତ କନିଆ ଘର ଲୋକେ ଚରମ ପଦକ୍ଷେପ ନେଲେ।

ବର ଓ କନିଆଁ ପରସ୍ପରଙ୍କୁ ବରଣମାଳା ପକାଇବା ପୂର୍ବରୁ କନିଆ ପକ୍ଷ ଲୋକେ ବରଙ୍କୁ ଟେକି ନେଇ ଘର ପାଖ ଏକ ଗଛରେ ବାନ୍ଧି ଦେଇଥିଲେ। ଏଥିସହ ବରଯାତ୍ରୀଙ୍କୁ ଅଟକ ରଖିଥିଲେ। ଦୀର୍ଘ ସମୟ ପରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବରଙ୍କ ସମେତ ବରଯାତ୍ରୀଙ୍କୁ ସେଠାରୁ ଉଦ୍ଧାର କରିଥିଲା।

ଏନେଇ ଥାନାରେ କୌଣସି ମାମଲା ଚାଲୁ ନ ଥିବା ବେଳେ ପୁଲିସ୍‌ ଆପୋଷ ଆଲୋଚନା ମାଧ୍ୟମରେ ଘଟଣାର ସମାଧାନ କରିବାକୁ ଚେଷ୍ଟା ଚଳାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/CpxQvOH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages