୧୪ବର୍ଷ ପରେ ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ ପୁଣି ନେଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 2, 2023

୧୪ବର୍ଷ ପରେ ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ ପୁଣି ନେଲା ଜୀବନ

ପ୍ରାୟ ୧୪ବର୍ଷ ପରେ ଆଜି ସନ୍ଧ୍ୟାରେ ପୁଣିଥରେ ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଛି କରମଣ୍ଡଳ ଏକ୍ସପ୍ରେସ । ବାଲେଶ୍ୱରର ବାହାନଗା ବଜାର ଷ୍ଟେସନ ନିକଟରେ ଆଜି ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ବଗି ଲାଇନଚ୍ୟୁତ ହେବା ଯୋଗୁ ପ୍ରାୟ ୫୦ଜଣଙ୍କ ଜୀବନ ଯାଇଛି ଓ ୩୫୦ରୁ ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ୨୦୦୯ ଫେବୃୟାରୀ ମାସରେ ଲୌହଦାନବ ‘କରମଣ୍ଡଳ ଏକ୍ସପ୍ରେସ୍‌’ ଯାଜପୁର ନିକଟରେ ଦୁର୍ଘଟଣାର ଶିକାର ହୋଇ ୧୬ଜଣଙ୍କ ପ୍ରାଣ ନେବା ସହ ୧୬୧ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ୨୦୦୯ ଫେବୃୟାରୀ ୧୩ତାରିଖରେ ହାୱାଡ଼ାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଯାଜପୁର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୩ଟି ବଗି ଓଲଟି ପଡ଼ିଥିଲା । ସେତେବେଳେ ମୋଟ ୧୬ଜଣଙ୍କ ମୃତ୍ୟୁ ହେବା ସହ ୧୬୧ଜଣ ଆହତ ହୋଇଥିଲେ । ଏହାପରେ ସେହି ଯାଜପୁର ଜିଲ୍ଲାରେ ୨୦୨୨ ନଭେମ୍ବର ୨୧ତାରିଖ କୋରେଇ ଷ୍ଟେସନ ନିକଟରେ ୱେଟିଂ ହଲକୁ ଏକ ମାଲବାହୀ ଟ୍ରେନ ମାଡ଼ିଯିବାରୁ ୩ଜଣଙ୍କ ମୃତ୍ୟୁ ହେବା ସହ ୮ଜଣ ଆହତ ହୋଇଥିଲେ ।

ଆଜି ବାହାନଗା ଷ୍ଟେସନ ନିକଟରେ ଭୟାବହ ଟ୍ରେନ ଧକ୍କାରେ ପ୍ରାୟ ୫୦୦ଜଣ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ଏବେ ସେଠାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳେ ଦୁର୍ଘଟଣାସ୍ଥଳ ଯିବେ । ଏବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସେଠାରେ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି । ବହୁ ସଂଖ୍ୟାରେ ଅଗ୍ନିଶମ ବାହିନୀ, ୪ଟି ଓଡ୍ରାଫ ଟିମ୍ ଓ ୩ଟି ଏନଡିଆରଏଫ ଟିମ୍ ସହ ରେଳବାଇର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେଠାରେ ଉଦ୍ଧାର ଓ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ।

ସୂଚନାଯୋଗ୍ୟ, ୨୦୧୬ ନଭେମ୍ବର ୨୦ତାରିଖରେ ଇନ୍ଦୋର-ପାଟନା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫୦ଜଣ ଯାତ୍ରୀଙ୍କ ମୃତ୍ୟୁ ସହ ୧୫୦ରୁ ଅଧିକ ଆହତ ହୋଇଥିଲେ । ଏହି ଦୁର୍ଘଟଣା ପରେ ସବୁଠୁ ବଡ଼ ରେଳ ଦୁର୍ଘଟଣା ଆଜି ବାହାନଗାରେ ସଂଘଟିତ ହୋଇଛି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GHWg2Rs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages