ହୁରି ପଡ଼ିଛି ରକ୍ତ ଦିଅ, ଡାକ୍ତର ନଥିବାରୁ ଚିକିତ୍ସା ହୋଇପାରୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 2, 2023

ହୁରି ପଡ଼ିଛି ରକ୍ତ ଦିଅ, ଡାକ୍ତର ନଥିବାରୁ ଚିକିତ୍ସା ହୋଇପାରୁନି

ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶେଷ ଖବର ସୁଦ୍ଧା ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ମେଡିକାଲରେ ୩୫୦ରୁ ଅଧିକ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଦୁର୍ଘଟଣାରେ ଗୁରୁତରଙ୍କ ଭିତରୁ କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ। ପୁଣି ପ୍ରଚୁର ରକ୍ତ ବୋହି ଯିବା ଯୋଗୁ କାହାର ଅବସ୍ଥା ସଙ୍କଟାପନ୍ନ ରହିଛି।

ଏଭଳି ସ୍ଥିତିର ମୁକାବିଲା କରିବା ନିମନ୍ତେ ଗୁରୁତରଙ୍କୁ ରକ୍ତ ଦେବା ଜରୁରୀ ହୋଇପଡ଼ିଛି। ହେଲେ ଡାକ୍ତରଖାନା ବ୍ଲକ ବ୍ୟାଙ୍କରେ ରକ୍ତର ଅଭାବ ଦେଖାଦେଇଛି। ତେଣୁ ଡାକ୍ତରଖାନାରେ ଡାକବାଜି ଯୋଗେ ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବୀଙ୍କୁ ରକ୍ତ ଦେବାକୁ ଆହ୍ୱାନ ଦିଆଯାଉଛି। ଏନେଇ ଖବର ପ୍ରକାଶ ପରେ ଅନେକ ଲୋକେ ଗୁରୁତରଙ୍କ ଜୀବନ ବଞ୍ଚାଇବା ନିମନ୍ତେ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି।

ସେହିପରି ସୋର ଡାକ୍ତରଖାନା ବାହାରେ ୨ ଶହରୁ ଅଧିକ ଗୁରୁତର ରୋଗୀ ପହଞ୍ଚି ଥିଲେ ହେଁ ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି। ଫଳରେ ସେମାନେ କଷ୍ଟରେ ତଳେ ଗଡ଼ୁଥିବା ବେଳେ ସମ୍ପର୍କିୟମାନେ ସ୍ଥିତି ଦେଖି ଭାଙ୍ଗି ପଡ଼ିଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ସହାୟତା ସେମାନଙ୍କ ଏକମାତ୍ର ଭରସା ହୋଇଛି। ଏତେବଡ଼ ଦୁର୍ଘଟଣାରେ ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ଡାକ୍ତରଖାନାରେ ମାତ୍ର ୪୪ ଜଣ ଡାକ୍ତରଙ୍କୁ ମୁତୟନ କରାଯାଇଛି। ହେଲେ ଗୁରୁତରଙ୍କ ସଂଖ୍ୟା ମୁତାବକ ସେମାନଙ୍କୁ ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PoaW53d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages