ମଣିପୁରରେ ହାହାକାର; ଏଟିଏମ୍‌ ଖାଲିକୁ ମିଳୁନି ମେଡିସିନ, ପେଟ୍ରୋଲ ଲିଟର ପିଛା ୨ଶହ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 4, 2023

ମଣିପୁରରେ ହାହାକାର; ଏଟିଏମ୍‌ ଖାଲିକୁ ମିଳୁନି ମେଡିସିନ, ପେଟ୍ରୋଲ ଲିଟର ପିଛା ୨ଶହ ଟଙ୍କା

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା ମଣିପୁର ସ୍ଥିତି ଏବେ ବି ଶାନ୍ତ ପଡ଼ିନି। ସଂଘର୍ଷ ଥମିଥିଲେ ବି ଏହାର ସାଇଡ ଇଫେକ୍ଟରେ ଅତିଷ୍ଟ ହୋଇପଡ଼ୁଛନ୍ତି ଇମ୍ଫାଲବାସୀ। ଶାରୀରିକ ତାଡ଼ନାକୁ ଆର୍ଥିକ କଷ୍ଟ ବି ବଳି ଯାଉଛି। ସବୁଠୁ ହାହାକାର ଛାଇ ଯାଇଛି। ଚାରିଆଡ଼େ ଛାଇ ଯାଇଛି ନୀରବତା

ସ୍ଥିତିକୁ ଆୟତ୍ତକୁ ଆଣିବାକୁ ସେନା ଦୁଇ ନଂ ଜାତୀୟ ରାଜପଥକୁ ବ୍ଲକ୍‌ କରିଦେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଆସୁଥିବା ଟ୍ରକ୍‌କୁ ଇମ୍ଫାଲ ଭିତରକୁ ପ୍ରବେଶ ଅନୁମତି ମିଳୁନି। ଫଳରେ ରାତାରାତି ସବୁ ଜିନିଷ ଦାମ୍‌ ଦୁଇ ଗୁଣା ହୋଇ ଯାଇଛି। ଜୀବନ ରକ୍ଷାକାରୀ ମେଡିସିନର ଅଭାବ ଦେଖାଦେଇଛି। ଚାଉଳଠୁ ଆରମ୍ଭ କରି ଅତ୍ୟାବଶ୍ୟବ ସାମଗ୍ରୀ ଦାମ୍‌ ରାତାରାତି ୨ ଗୁଣରୁ ଅଧିକ ବଢ଼ି ଯାଇଛି। ଏପରିକି ପେଟ୍ରୋଲ ଲିଟର ପିଛା ପାଇଁ ଏଠାରେ ୨ଶହ ଟଙ୍କା ଗଣିବାକୁ ପଡ଼ୁଥିବା ବେଳେ ପମ୍ପ ଆଗରେ କିଲୋମିଟର ବ୍ୟାପି ଲାଗି ରହିଛି ଲମ୍ବା ଲାଇନ୍‌।

ମିଥି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ଏହି ସଂଘର୍ଷ ପାଇଁ ଉଭୟ ଗୋଷ୍ଠଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ଉଭୟ ସମ୍ପ୍ରଦାୟର ବହୁ ଲୋକ ନିଜ ବାସସ୍ଥାନ ହରାଇ ଏବେ ହଜାର ହଜାର କିମି ଦୂରରେ ଥିବା ଶରଣାର୍ଥୀ କ୍ୟାମ୍ପରେ ରହିବାକୁ ବାଧ୍ୟ ହେଉଛନ୍ତି। ଇଣ୍ଟରନେଟ ସେବାକୁ ବ୍ୟାହତ କରାଯାଇଥିବାରୁ ବାହ୍ୟ ଜଗତ ସହ ସେମାନେ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ଏଥିସହ ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁଥିବା ବେଳେ ମାତ୍ର କିଛି ଘଣ୍ଟା ପାଇଁ ତାହାକୁ କୋହଳ କରାଯାଉଛି।

ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ମଣିପୁର ଅଶାନ୍ତ ହୋଇ ପଡ଼ିଥିବା ବେଳେ ଏବେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ସ୍ଥିତିକୁ ଅଧିକ ଭୟଙ୍କର କରି ଦେଇଛି। କାରଣ ଅତ୍ୟାବଶ୍ୟକ ସାମଗ୍ରୀ ହାତେଇବା ପାଇଁ ଏକ ପ୍ରକାର ଦୌଡ଼ ଆରମ୍ଭ ହୋଇ ଯାଇଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି।

ରାତାରାତି ସବୁ ଜିନିଷ ଦାମ୍‌ ଦୁଇ ଗୁଣା ହୋଇଯାଇଥିବାରୁ ଲୋକଙ୍କ ମଧ୍ୟରେ ଅଶାନ୍ତି କୁହୁଳିବାରେ ଲାଗିଛି। ପୂର୍ବରୁ ୩୦ ଟଙ୍କା କିଲୋ ପିଛା ମିଳୁଥିବା ଚାଉଳ ହଠାତ୍‌ ଡବଲ ହୋଇ ଯାଇଛି। ପିଆଜ କିଲୋ ପିଛା ପୂର୍ବରୁ ୩୫ ଟଙ୍କା ଥିବା ବେଳେ ତାହା ଏବେ ୭୦ ଟଙ୍କାରେ ପହଞ୍ଚିଛି। ଆଳୁ କିଲୋ ପିଛା ୧୫ ଟଙ୍କାରୁ ବଢ଼ି ୪୦ ଟଙ୍କା ଛୁଇଁଛି। ଅଣ୍ଡା ଗୋଟା ପିଛା ପୂର୍ବରୁ ୬ ଟଙ୍କା ଥିବା ବେଳେ ଏବେ ତାହା ୧୦ ଟଙ୍କାରେ ପହଞ୍ଚିଛି। ରିଫାଇନ ଲିଟର ପିଛା ପୂର୍ବରୁ ୨୨୦ ଟଙ୍କା ଥିବା ବେଳେ ଏବେ ତାହା ୨୫୦ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି।

ମଣିପୁରରେ ଏବେ ଅଧିକାଂଶ ପେଟ୍ରୋଲ ପମ୍ପରେ ତାଲା ଝୁଲୁଥିବା ବେଳେ ଲୋକେ କଳାବଜାରୀରୁ ଲିଟର ପିଛା ୨ଶହ ଟଙ୍କ ଦେଇ କିଣୁଛନ୍ତି। କିଛି ପମ୍ପ ଖୋଲାଥିବା ବେଳେ କିଲୋମିଟର ବ୍ୟାପୀ ଲାଇନ୍‌ ଲାଗିଛି।

ରାଜପଥକୁ ବ୍ଲକ କରି ଦିଆଯାଇଥିବାରୁ ମେଡିସିନ ଷ୍ଟୋରରେ ଜୀବନ ରକ୍ଷାକାରୀ ମେଡିସିନ ବି ସରିଗଲାଣି। ଫଳରେ ଲୋକେ ନିରାଶ ହୋଇ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳିଛି।

ମଣିପୁରରେ କର୍ଫ୍ୟୁକୁ କିଛି ସମୟ ପାଇଁ କୋହଳ କରାଯାଉଥିବା ବେଳେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହେଉଛନ୍ତି। ଏଟିଏମ୍‌ଗୁଡ଼ିକ ଖାଲି ପଡ଼ିଲାଣି। ଇଣ୍ଟରନେଟ ସେବାକୁ ବିଚ୍ଛିନ୍ନ କରାଯାଇଥିବାରୁ ଅନଲାଇନ୍‌ ପେମେଣ୍ଟ ବି ହୋଇ ପାରୁନି।

କିଛି ଦିନ ପୂର୍ବେ ସ୍ଥିତି ସମୀକ୍ଷା ପାଇଁ ଗୃହ ମନ୍ତ୍ରୀ ଅମିତ ଶାହ ୩ ଦିନିଆ ମଣିପୁର ଗସ୍ତ କରିଥିଲେ। ଉକ୍ତ ସମୟରେ ସେ ସାଧାରଣ ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ। ନିରବଚ୍ଛିନ ଗ୍ୟାସ୍‌ ସପ୍ଲାଏ ସହ ପେଟ୍ରୋଲ ଓ ପରିବା ଦରଦାମକୁ ନିୟନ୍ତ୍ରଣରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏକ ଅସ୍ଥାୟୀ ପ୍ଲାଟଫର୍ମ କରି ଦେଶର ବିଭିନ୍ନ କୋଣରୁ ମଣିପୁରରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ପାରିବ ତାହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ଭିନ୍ନ। ଚାରିଆଡ଼େ ହାହାକାର ପଡ଼ି ଯାଇଥିବା ବେଳେ ପ୍ରତିଦିନ ବଞ୍ଚିବାକୁ ସାଧାରଣ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/JGMmveX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages