ମା’ ଝିଅଙ୍କ ତଣ୍ଟି କାଟି ୫୦ ଲକ୍ଷ ହାତେଇବାକୁ କଲେ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌, କିନ୍ତୁ ଶେଷରେ.... - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 4, 2023

ମା’ ଝିଅଙ୍କ ତଣ୍ଟି କାଟି ୫୦ ଲକ୍ଷ ହାତେଇବାକୁ କଲେ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌, କିନ୍ତୁ ଶେଷରେ....

୫୦ ଲକ୍ଷ ଟଙ୍କା ଆଶାରେ ମା’ ଝିଅଙ୍କ ତଣ୍ଟି କାଟିଦେଲେ। ଏଥିପାଇଁ ଆଗୁଆ କରିଥିଲେ ଯୋଜନା । ହ୍ୱାଟସ୍‌ ଆପ୍‌ରେ ‘ମାଲାମାଲ ମିଶନ’ ନାମକ ଗ୍ରୁପ୍‌ ବି କରିଥିଲେ। ମା’ ଝିଅଙ୍କ ଜୀବନ ତ ନେଲେ ଅଭିଯୁକ୍ତ ହେଲେ ଟଙ୍କାର ଗନ୍ଧ ପାଇପାରିଲେନି। ଶେଷରେ ଏପରି ଷଡଯନ୍ତ୍ର ରଚିଥିବା ୨ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ସାଂଘାତିକ ହତ୍ୟାକାଣ୍ଡ ରାଜଧାନୀ ଦିଲ୍ଲୀରେ ଘଟିଛି।

ଦିଲ୍ଲୀର କୃଷ୍ଣାନଗର ଅଞ୍ଚଳରେ ୭୬ ବର୍ଷୀୟା ରାଜରାନୀ ଓ ତାଙ୍କ ୩୯ ବର୍ଷୀୟା ଗିନ୍ନି ହତ୍ୟା ମାମଲାରେ ପୁଲିସ୍‌ ୨ ଅଭିଯୁକ୍ତ ଅଙ୍କିତ ସିଂ ଓ କିଶନ ସିଂଙ୍କୁ ବାନ୍ଧିଛି । ଅଙ୍କିତ ସିଂ ଜଣେ ସିଙ୍ଗର ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ କିଶନ ସିଂ ନୋଏଡାର ଏକ ଫାର୍ମା କମ୍ପାନୀ ମ୍ୟାନେଜର ଭାବେ କାମ କରୁଥିଲେ।

ପୁଲିସ୍‌ ସୂଚନା ଅନୁଯାୟୀ, ରାଜରାନୀ ଆକାଶବାଣୀରେ ତବଲା ବାଦକ ଥିଲେ । ସେ ନିଜ ଝିଅ ପାଇଁ ଟ୍ୟୁସନ ମାଷ୍ଟର ଖୋଜୁଥିଲେ। ପ୍ରଥମେ କିଶନ ସିଂ  ଗିନ୍ନିଙ୍କୁ କମ୍ପ୍ୟୁଟର ଶିଖାଥିବା ବେଳେ ତାଙ୍କ ପରିବାର ସହ ସମ୍ପର୍କ ବଢ଼ାଇଥିଲେ। ଇତିମଧ୍ୟରେ ରାଜରାନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୦ ଲକ୍ଷରୁ ଅଧିକ ଟଙ୍କା ଓ ଘରେ ଲକ୍ଷାଧୀକ ଟଙ୍କାର ସୁନାଗହଣା ଥିବା ସେ ଜାଣି ପାରିଲେ। ଏହାକୁ ହାତେଇବା ନିମନ୍ତେ ସେ ନିଜ ସାଙ୍ଗ ଅକିତଙ୍କ ସହ ଯୋଗାଯୋଗ କଲେ। ଅଙ୍କିତ ଗିନ୍ନିଙ୍କୁ ଭଲ ଇଂଲିଶ ପଢ଼ାଇ ପାରିବ କହି ସେ ତାଙ୍କୁ ଆସାମରୁ ଦିଲ୍ଲୀ ଡାକିଦେଲେ। ।

ଅଙ୍କିତ ଓ କିଶନ ଉଭୟ ମା’ ଝିଅଙ୍କୁ ହତ୍ୟା ନିମନ୍ତେ ଷଡଯନ୍ତ୍ର ରଚିଲେ। ଏଥିନିମନ୍ତେ ହ୍ୱାଟସ୍‌ ଆପ୍‌ରେ ‘ମିଶନ ମାଲାମାଲ’ ନାମକ ଗ୍ରୁପ କଲେ। ହତ୍ୟାର ସମସ୍ତ ଷଡଯନ୍ତ୍ର ସମ୍ପର୍କରେ ସେମାନେ ଉକ୍ତ ଗ୍ରୁପରେ ଆଲୋଚନା କଲେ। ୨୫ ମେ’ ରେ ଉଭୟ ରାଜରାନୀଙ୍କ ଘରେ ପଶି ଛୁରିରେ ଉଭୟ ମା’ ଝିଅଙ୍କ ଗଳା କାଟି ଦେଲେ।

ଏହାପରେ ଘରେ ଥିବା ଗହଣା, କ୍ୟାଶ୍‌ ଓ ଲାପଟପ୍‌ ନେଇ ପଳାଇଲେ। ରାଜରାନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷ ଟଙ୍କା ଉଠାଇବା ପାଇଁ ଦୁଇ ଅଭିଯୁକ୍ତ ବହୁ ପ୍ରୟାସ କରିଥିବା ବେଳେ ଓକିଲଙ୍କ ସହ ବି ଯୋଗାଯୋଗ କରିଥିଲେ। ମାତ୍ର ଏଥିରେ ସଫଳ ହୋଇ ପାରି ନ ଥିଲେ।

ତେଣୁ ହତ୍ୟାକାଣ୍ଡ ଘଟାଇ ସେମାନେ ନିଜ ମୋବାଇଲ ସୁଇଚ ଅପ୍‌ କରି ଭିନ୍ନ ଭିନ୍ନ ଆଡ଼େ ପଳାଇଥିଲେ। ପରସ୍ପର ସହ କୌଣସି ଯୋଗାଯୋଗ ରଖି ନ ଥିଲେ।

ରାଜରାନୀଙ୍କ ଘରୁ ଦୁର୍ଗନ୍ଧ ବାହାରିବାରୁ ତାଙ୍କ ପଡ଼ୋଶୀ ପୁଲିସ୍‌କୁ ଗତ ୩୧ ତାରିଖରେ ସୂଚନା ଦେଲେ। ପୁଲିସ୍‌ ପ୍ରାୟ ୨ଶହ ସିସିଟିଭି ଯାଞ୍ଚ ସହ ୫ଟି ସହରକୁ ଯାଇ ୨ଶହ ଲୋକଙ୍କୁ ପଚରାଉଚରା କଲା। ଏଥିସହ ୨ ହଜାର କିମି ଯାତ୍ରା କରି ୨ ଅଭିଯୁକ୍ତଙ୍କୁ ମାଡ଼ି ବସିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Pvy2dVi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages