ନଖଜ ଥବ ଟଇଟନ ବଡଜହଜ ଠବ ସମସତ ଯତର ମତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 22, 2023

ନଖଜ ଥବ ଟଇଟନ ବଡଜହଜ ଠବ ସମସତ ଯତର ମତ

ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ନିଖୋଜ ହୋଇଯାଇଥିବା ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜରେ ଥିବା ୫ଜଣଙ୍କ ମୃତ୍ୟୁ ହୋଇଛି । ଉକ୍ତ ୫ ଜଣ ଗତ ରବିବାର ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଯାଇଥିଲେ । ହେଲେ ସେମାନେ ସମସ୍ତେ ଅଥଳ ଜଳରାଶିରେ ଆଖି ବୁଜି ସାରିଥିବା ଟାଇଟନ୍ ବୁଡାଜାହାଜ ପ୍ରସ୍ତୁତ କରିଥିବା କମ୍ପାନୀ OceanGate ପକ୍ଷରୁ ସୂଚନା ଦିଆଯାଇଛି।

ଉକ୍ତ ସ୍ୱତନ୍ତ୍ର ବୁଡ଼ାଜାହାଜ ଟାଇଟନ ଭିତରେ ବ୍ରିଟିଶ ବ୍ୟବସାୟୀ ହାମିସ ହାର୍ଡିଂ, ପାକିସ୍ତାନୀ କୋଟିପତି ଶାହାଜାଦ ଦାଉଦ ଓ ତାଙ୍କ ପୁଅ ସୁଲେମନ୍ ଦାଉଦ, ଫ୍ରାନସ ନୌସେନାର ଡାଇଭର୍ ପଲ୍ ହେନରୀ ନାର୍ଗେଓଲେଟ ଏବଂ ଓସେନଗେଟ୍ ସିଇଓ ଷ୍ଟକଟନ୍ ରସ୍ ଥିଲେ । ସମସ୍ତଙ୍କୁ ମୃତ ଘୋଷଣା କରାଯାଇଛି।

ଗତ ୧୮ ତାରିଖରେ କାନାଡ଼ା ଉପକୂଳରୁ ଯାତ୍ରା ଆରମ୍ଭର ମାତ୍ରା ଦୁଇ ଘଣ୍ଟା ମଧ୍ୟରେ ମଦର୍ ସିପ୍ ବା ମୁଖ୍ୟ ଜାହାଜ ସହ ଟାଇଟନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସମ୍ପର୍କ ବିଚ୍ଛିନ୍ନ ହେବାର ପ୍ରାୟ ୮ ଘଣ୍ଟା ପରେ ୟୁଏସ୍‌ କୋଷ୍ଟ ଗାର୍ଡକୁ ଆଲର୍ଟ ସୂଚନା ମିଳିଲା। ଏହାପରେ ୟୁଏସ୍‌ ଆଲର୍ଟ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। । ସେମାନଙ୍କୁ ଠାବ କରିବା ପାଇଁ ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ ।

କାନାଡା ସାମରିକ ବିମାନ, ଫ୍ରାନସ ଜାହାଜ, ଟେଲିଗାଇଡେଡ ରୋବଟ୍ ଏହି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ଏହି ଉଦ୍ଧାର ଅଭିଯାନ ଖୁବ୍‌ ଚ୍ୟାଲେଞ୍ଜିଂ ଥିଲା। କାରଣ ଗଭୀର ସମୁନ୍ଦ୍ରରେ ବେଶି ଦୂର ଜିନିଷ ଦେଖିବା ସମ୍ଭବପର ହୋଇ ପାରୁ ନ ଥିବାରୁ ଊଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା।

ଦୁର୍ଘଟଣାଗ୍ରସ୍ତ ଟାଇଟନ ବୁଡାଜାହଜରେ ୯୬ ଘଣ୍ଟା ପର୍ଯ୍ୟନ୍ତ ଲାଇଫ ସପୋର୍ଟ ସିଷ୍ଟମ ରହିଥିଲା। ମାତ୍ର ତାହା ସମ୍ଭବତଃ ଗୁରୁବାର ସକାଳେ ସରି ଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତେଣୁ ସେମାନଙ୍କ ମୃତ୍ୟୁ ଘଟିଥିବା ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଟାଇଟନିକ ଜାହାଜର ଧ୍ୱସାବଶେଷ ନିକଟରେ ହିଁ ଟାଇଟନ୍ ବୁଡାଜାହାଜକୁ ଠାବ କରାଯାଇଥିଲା। କାନାଡର ଏକ ଜାହଜରେ ମୁତୟନ ଥିବାରୋବର୍ଟ ଟାଇଟନ୍ ବୁଡାଜାହାଜର ସନ୍ଧାନ କରିବାରେ ସକ୍ଷମ ହୋଇ ପାରିଥିଲା। ବିଶେଷଜ୍ଞ ଟିମ୍‌ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jAFn3SX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages