ବନ୍ଦ କାର୍ ଭିତରେ ଖେଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶିଶୁ ମୃତ। ମହାରାଷ୍ଟ୍ର ନାଗପୁର ପଞ୍ଚପାଭଲି ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରୁ ୨ ଜଣ ଭାଇ ଭଉଣୀ ଥିବା ବେଳେ ଅନ୍ୟ ଜଣେ ପଡ଼ୋଶୀ ବୋଲି ଜଣାଯାଇଛି। ସମସ୍ତଙ୍କ ବୟସ ୪ରୁ ୬ ବର୍ଷ ।
ଅଭିଯୋଗ ଅନୁଯାୟୀ, ପଞ୍ଚପାଭଲି ଅଞ୍ଚଳରେ ୩ ଛୁଆ ଶନିବାର ଅପରାହ୍ନରେ ଖେଳିବାକୁ ଘର ପାଖକୁ ଯାଇଥିଲେ। ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଫେରି ନ ଥିଲେ। ଏହାପରେ ସେମାନଙ୍କ ପିତାମାତ ପିଲା ନିଖୋଜ ହେବା ନେଇ ପଞ୍ଚପାଭଲି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଖୋଜାଖୋଜି ଆରମ୍ଭ କରିଥିଲ।
ଗତକାଲି ସନ୍ଧ୍ୟା ସମୟରେ ନିଖୋଜ ଛୁଆଙ୍କ ଘର ନିକଟରେ ପାର୍କିଂ ହୋଇଥିବା ଏକ କାର୍ ଉପରେ ଜଣେ କନଷ୍ଟେବଳଙ୍କ ନଜର ପଡ଼ିଥିଲା। ଏହାପରେ ସେ ଭିତରେ ୩ ଛୁଆ ପଡ଼ିଥିବା ଦେଖିବାକୁ ପାଇଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ତୁରନ୍ତ କାର୍ ଡୋର ଭାଙ୍ଗି ୩ ପିଲାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।
ପିଲା ୩ ଜଣ କାର୍ ଭିତରେ ପଶି ଖେଳୁଥିବା ବେଳେ ଅଚାନକ୍ ଡୋର ଲକ୍ ହୋଇ ଯାଇଥିବା ଅନୁମାନ କରାଯାଉଛି। ଫଳରେ ଶ୍ୱାସରୁଦ୍ଧ ହୋଇ ସେମାନେ ତା’ ଭିତରେ ଆଖି ବୁଜି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଥିବା ପୁଲିସ୍ ଅଧିକାରୀ କହିଛନ୍ତି।
ତେବେ ୩ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି। ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/DLbNS9d
No comments:
Post a Comment