ସଢ କଟ ଟଙକ ଲଟଥଲ ଡକ ହସନ ଧରଇଦଲ ଟଙକଆ ଫରଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 18, 2023

ସଢ କଟ ଟଙକ ଲଟଥଲ ଡକ ହସନ ଧରଇଦଲ ଟଙକଆ ଫରଟ

ସାଢେ ୮ କୋଟି ଲୁଟ୍‌ର ମାଷ୍ଟର ମାଇଣ୍ଡଙ୍କୁ ଧରାଇ ଦେଲା ୧୦ ଟଙ୍କିଆ ‘ଫ୍ରୁଟି’। ଏହା ଶୁଣି ଅଜବ ଲାଗୁଥିଲେ ବି କଥାଟା ସମ୍ପୂର୍ଣ୍ଣ ସତ । ଦୀର୍ଘ ଦିନ ହେବ ଯେଉଁ ଡାକୁ ହସିନାଙ୍କୁ ଧରିବା ପଞ୍ଜାବ ପୁଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା ତାଙ୍କୁ ଧରିବାରେ ବହୁତ ସାହାଯ୍ୟ କଲା ଏହି ୧୦ ସଫ୍ଟ ଡିଙ୍କ୍ସ ।

ପଞ୍ଜାବର ଲୁଧିଆନାର ଏକ କ୍ୟାସ୍‌ ଭ୍ୟାନ୍‌ରୁ ଗତ ୧୦ ତାରିଖରେ ସାଢେ ୮ କୋଟି ଲୁଟ୍‌ ହୋଇଥିବା ବେଳେ ଏହାର ମାଷ୍ଟର ମାଇଣ୍ଡ ଥିଲେ ଡାକୁ ହସିନା। ଏହି ଘଟଣାରେ ପୁଲିସ୍‌ ପୂର୍ବରୁ ଡାକୁ ହସିନାଙ୍କ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲେ ବି ତାଙ୍କ ପତ୍ତା ପାଇ ପାରୁ ନ ଥିଲା। ଏଥିନିମନ୍ତେ ପଞ୍ଜାବ ପୁଲିସ୍‌ ‘ଚାଲ ରାଣି ମହୁମାଛି ଧରିବା’ ନିମନ୍ତେ ଅପରେସନ ଆରମ୍ଭ କରିଥିଲା।

ଡାକୁ ହସିନାଙ୍କ ମୂଳ ନାମ ମନଦୀପ କୌର ହୋଇଥିବା ବେଳେ କିଛି ମାସ ପୂର୍ବେ ସେ ଯଶବିନ୍ଦର ସିଂଙ୍କୁ ବିବାହ କରିଥିଲେ। ଏହି ଲୁଟ୍‌ରେ ଉଭୟ ପତିପତ୍ନୀ ସାମିଲ ଥିଲେ। ହେଲେ ପୁଲିସ୍‌ ସେମାନଙ୍କ ପତ୍ତା ପାଇ ପାରୁ ନ ଥିଲା।

ସେମାନେ ନେପାଳ ଫେରାର ହେବାକୁ ଯୋଜନା କରୁଥିବା ବେଳେ ସେଠାରୁ ବିଦେଶ ଯିବାର ପ୍ଲାନିଂ କରିଥିଲେ । ମାତ୍ର ପୁଲିସ୍‌ ସେମାନଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥିବାରୁ ସେମାନେ ଦେଶ ଛାଡ଼ି ଯାଇ ପାରୁ ନ ଥିଲେ। ଫଳରେ ଠିକଣା ବଦଳାଇ ବିଭିନ୍ନ ସ୍ଥାନରେ ରହୁଥିଲେ। ହେଲେ ସେମାନେ ଫେରାର ହେବା ପୂର୍ବରୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିବାକୁ ମନସ୍ଥ କରିଥିଲେ।

ମନଦୀପ କୌର ନିଜ ସ୍ୱାମୀଙ୍କ ସହ ଉତ୍ତରାଖଣ୍ଡର ଚମୋଲିସ୍ଥିତ ହେମକୁଣ୍ଡ ସାହିବା ଯିବା ନିମନ୍ତେ ଯୋଜନା କରିଥିବା ପୁଲିସ୍‌ ଜାଣିବାକୁ ପାଇଲା। ଏହାପରେ ପୁଲିସ୍‌ ତାଙ୍କୁ ଧରିବାକୁ ‘ଚାଲ ରାଣି ମହୁମାଛି ଧରିବା’ ନାମକ ଅପରେସନ ଆରମ୍ଭ କରିଥିଲା। ତେବେ ହେମକୁଣ୍ଡକୁ ଲକ୍ଷାଧୀକ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କ ମଧ୍ୟରୁ ମନଦୀପ ଓ ତାଙ୍କ ସ୍ୱାମୀଙ୍କୁ ଚିହ୍ନିବା ପୁଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ଯାଇଥିଲା। ଏଥିନିମନ୍ତେ ସୁଚିନ୍ତିନ ଯୋଜନା ଅନୁଯାୟୀ ଜାଲ ବିଛା ଯାଇଥିବା ପୁଲିସ୍‌ ଅଧିକାରୀ କହିଛନ୍ତି।

ହେମକୁଣ୍ଡ ଯିବା ବାଟରେ ପୁଲିସ୍‌ ପକ୍ଷରୁ ଏକ କ୍ୟାମ୍ପ କରାଯାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମାଗଣା ଫ୍ରୁଟି ବଣ୍ଟାଗଲା। ଏହାମଧ୍ୟରେ ମାଗଣା ଫ୍ରୁଟି ପାଇଁ ମନଦୀପ କୌର ଓ ସ୍ୱାମୀ ଯଶବିନ୍ଦର ସିଂ ମଧ୍ୟ ଉକ୍ତ କ୍ୟାମ୍ପକୁ ଆସିଥିଲେ। ସେମାନଙ୍କ ମୁହଁ ଘୋଡ଼ା ଯାଇଥିବାରୁ ପୁଲିସ୍‌ ପ୍ରଥମେ ସେମାନଙ୍କୁ ଚିହ୍ନଟ କରି ପାରି ନ ଥିଲେ। ମାତ୍ର ପରେ ସେମାନେ ମୁହଁରୁ କପଡ଼ା ବାହାର କରି ଫ୍ରୁଟି ପିଇଥିଲେ। ଉକ୍ତ ସମୟରେ ପୁଲିସ୍‌ ସେମାନଙ୍କୁ ଚିହ୍ନଟ କରି ପାରିଥିଲା।

ଏହାପରେ କିନ୍ତୁ ପୁଲିସ୍‌ ସେମାନଙ୍କୁ ହଠାତ୍‌ ଗିରଫ କରି ନ ଥିଲା। ସେମାନେ ହେମକୁଣ୍ଡ ଯାଇ ପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ପ୍ରସ୍ତୁତ ହୋଇ ରହିଥିବା ପୁଲିସ୍ ଟିମ୍‌ ସେମାନଙ୍କୁ ମାଡ଼ି ବସିଥିଲା।

ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ ହୋଇଥିବା ପୁଲିସ୍‌ ସୂଚନା ଦେଇଛି। ଏଯାବତ ଉଭୟଙ୍କ ଗ୍ୟାଙ୍ଗ ନିକଟରୁ ସମୁଦାୟ ୫.୯୬ କୋଟି ଟଙ୍କା ଜବତ କରି ସାରିଛି ପୁଲିସ୍‌। ହେମକୁଣ୍ଡ ପରେ ସେମାନେ କେଦାରନାଥ ଓ ହେମକୁଣ୍ଡ ଯାଇଥାନ୍ତେ। ମାତ୍ର ତା’ ପୂର୍ବରୁ ଉଭୟ ପତିପତ୍ନୀଙ୍କ ସମେତ ସେମାନଙ୍କ ୨ ସହଯୋଗୀଙ୍କୁ ବି ମାଡ଼ି ବସିଛି ପୁଲିସ୍‌ । ଏହି ଘଟଣାରେ ସମୁଦାୟ ୯ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ବିଳମ୍ବିତ ରାତିରେ ଲୁଧିଆନାର ନ୍ୟୁ ରାଜଗୁରୁ ନଗର ଅଞ୍ଚଳରୁ ଏକ କ୍ୟାସ୍‌ ଭ୍ୟାନ୍‌ ଚୋରି ହୋଇ ଯାଇଥିଲା। ଉକ୍ତ ଭ୍ୟାନ୍‌ରେ ୮ କୋଟି ୪୯ ଲକ୍ଷ ଟଙ୍କା ଥିବା ଅଭିଯୋଗ ହୋଇଥିଲା। ଲୁଧିଆନାଠୁ ୨୦ କିମି ଦୂରରୁ ପୁଲିସ୍‌ ଭ୍ୟାନ୍‌ଟିକୁ ଜବତ କରିଥିବା ବେଳେ ସେଥିରୁ ଟଙ୍କା ଗାଏବ ହୋଇ ଯାଇଥିଲା।

ଏହି ଘଟଣାର ତଦନ୍ତ ଆରମ୍ଭ କରି ଲୁଧିଆନା ପୁଲିସ୍‌ ସାଇବର ପୁଲିସ୍‌ର ସହାୟତା ନେଇଥିଲା। ଏହାପରେ ପୁଲିସ୍‌ ୫ ଅଭିଯୁକ୍ତଙ୍କୁ ଧରି ସେମାନଙ୍କ ନିକଟରୁ ୫ କୋଟି କ୍ୟାସ୍‌ ଜବତ କରିଥିଲା।

ଏହାପରେ ପୁଲିସ୍‌ ଡାକୁ ହସିନାର ପିଛା କରି ଘଟଣାର ପ୍ରାୟ ୮ ଦିନ ପରେ ଉଭୟ ପତିପତ୍ନୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/15G3HsK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages