ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ଜଣ ଆହତ ହୋଇଛନ୍ତି।ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅଞ୍ଜି ବଜାରରେ। ଆହତଙ୍କ ମଧ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସୋମନାଥ ସାମଲ, ପର୍ଶୁରାମ ନାୟକ ଓ ରାଜେଶ ନାୟକ।
ଗତ ଦୁଇ ଦିନ ତଳେ କୌଣସି କଥାକୁ ନେଇ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତକାଲି ସନ୍ଧ୍ୟାରେ କିଛି ଦୋକାନୀ ଓ ସ୍ଥାନୀୟ ଲୋକମାନେ ବସି କଥାର ସମାଧାନ ପାଇଁ ଆଲୋଚନା କରୁଥିଲେ । ଏହି ସମୟରେ କିଛି ଯୁବକ ଅଶାଳୀନ ମନ୍ତବ୍ୟ ଦେବାରୁ ଅନ୍ୟ କିଛି ଯୁବକ ସେମାନଙ୍କୁ ପ୍ରତିବାଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଉଭୟ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ସୋର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।
ଗଣ୍ଡଗୋଳରେ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ସୋର ପୁଲିସ ଘଟଣାର ତଦନ୍ତ କରୁଛି l
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/D6F8doE
No comments:
Post a Comment