ଶୁକ୍ରବାର ସନ୍ଧ୍ୟାରେ କେନିଆରେ ଏକ ଭୟଙ୍କର ସିରିଜ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ରାସ୍ତା ଉପରେ ଯାଉଥିବା ଗାଡ଼ିଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଚାପି ଦେଇଥିଲା। ଏହି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତା ଉପରେ ମୃତଦେହଗୁଡ଼ିକ ପଡ଼ି ରହିଥିବା ବେଳେ କାର୍, ବାଇକ୍ ଭାଙ୍ଗି ଯାଇ ଛିନଛତ୍ର ହୋଇ ପଡ଼ିରହିଥିଲା। ପଶ୍ଚିମ କେନିଆର କେରିଚୋ ଏବଂ ନାକୁରୁ ଟାଉନ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।
ସ୍ଥାନୀୟ ପୁଲିସ କମାଣ୍ଡର ଟମ ମୋବୋୟା ଓଡେରୋଙ୍କ ସୂଚନା ଅନୁଯାୟୀ, କେରିଚୋ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲା । ଏହା ପରେ ଉକ୍ତ ଟ୍ରକ୍ଟି ସେ ଆଠଟି କାର୍ ସମେତ ବହୁ ବାଇକ୍ ଓ ରାସ୍ତା ପାର୍ଶ୍ୱରେ ଯାଉଥିବା ବ୍ୟକ୍ତିଙ୍କ ଉପରେ ବି ମାଡ଼ି ଯାଇଥିଲା। ଏହି ଦୁର୍ଘଟଣା ପରେ ଲୋକେ ବୁକୁଫଟା କ୍ରନ୍ଦନ କରି ଚାରିଆଡ଼େ ଦୌଡ଼ିବାକୁ ଲାଗିଲେ।
ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ ୪୮ ଟି ମୃତଦେହ ଉଦ୍ଧାର କରିଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଗୁରୁତର ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇ ଯାଇଛି । କେନିଆ ରାଷ୍ଟ୍ରପତି ବିଲିୟନ ରୁଟି ଟ୍ୱିଟ କରି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ମଧ୍ୟରେ ବହୁ ଯୁବକ ଓ ବ୍ୟବସାୟୀ ଥିବା ସେ କହିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6FjdflT
No comments:
Post a Comment