ପଣ ଗଟଏ ଡଇମଣଡ ଲଗ ଟଇଟଲ ଜତଲ ନରଜ ଚପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 30, 2023

ପଣ ଗଟଏ ଡଇମଣଡ ଲଗ ଟଇଟଲ ଜତଲ ନରଜ ଚପର

ଅଲିମ୍ପିକ୍ସ ଚାମ୍ପିୟନ ତଥା ଭାରତର ଷ୍ଟାର ଜାଭେଲିନ ଖେଳାଳି ନୀରଜ ଚୋପ୍ରା ପୁଣି ଗୋଟିଏ ଡାଇମଣ୍ତ ଲିଗ୍‌ ଟାଇଟଲ ଜିତିଛନ୍ତି। ସେ ଚଳିତ ସିଜିନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏପରି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଦୋହାରେ ନିଜର ଚମକ ଦେଖାଇଥିବା ନୀରଜ ଶୁକ୍ରବାର ଲାଉସେନ ଡାଇମଣ୍ଡ ଲିଗ୍‌ରେ ଚାମ୍ପିୟନ ହୋଇଛନ୍ତି।

ନୀରଜ ୮୭.୬୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ନିଜର ପଏଣ୍ଟକୁ ଅଧିକ ସୁଦୃଢ଼ କରିଛନ୍ତି। ଆହତ ସମସ୍ୟା ଯୋଗୁ ମାସେ କାଳ ପଡ଼ିଆରୁ ଦୂରରେ ଥିବା ନୀରଜ ଲାଉସେନ ଡାଇମଣ୍ଡକୁ କମବ୍ୟାକ୍‌ କରିଥିଲେ।

ଏହି ଚାମ୍ପିୟନଶିପ୍‌ର ୫ମ ଉଦ୍ୟମରେ ହିଁ ସେ ନିଜର ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି। ନୀରଜ ନିଜର ଅଭିଯାଉ ଫାଉଲରୁ ଆରମ୍ଭ କରିଥିଲେ। ଏହାପରେ ସେ ୮୩.୫୨ ଓ ୮୫.୦୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ। ନୀରଜଙ୍କ ୪ର୍ଥ ଉଦ୍ୟମ ମଧ୍ୟ ଫାଉଲ ହୋଇଥିଲା। ଲାଗୁଥିଲା ଆହତ ସମସ୍ୟାରୁ ଫେରିଥିବାରୁ ସେ ଲୟ ପାଇବାକୁ ସକ୍ଷମ ହେଉ ନାହାନ୍ତି।

କିନ୍ତୁ ୫ମ ଉଦ୍ୟମରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଜାଭେଲିନକୁ ୮୭.୬୬ ମିଟର ଦୂରତାକୁ ଫିଙ୍ଗି ସେ ପ୍ରଥମ ସ୍ଥାନକୁ ନିଶ୍ଚିତ କରିଥିଲେ। ୬ଷ୍ଠ ଉଦ୍ୟମରେ ସେ ୮୪.୧୫ ମିଟର ଦୂରତାକୁ ଜାଭେଲିନ ପକାଇଥିଲେ।

ଜର୍ମାନୀର ଜୁଲିଆନ ୱେବର ୮୭.୦୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଦ୍ୱିତୀୟ ସ୍ଥାନ ଓ ଚେକ ଗଣରାଜ୍ୟର ଜାକୁବ ଭାଡେଜଚ ୮୬.୧୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି।

ଗତବର୍ଷ ଅଗଷ୍ଟରେ ହୋଇଥିବା ଲାଉସେନ ଡାଇମଣ୍ଡ ଲିଗ୍‌ର ଟାଇଟଲ ମଧ୍ୟ ନୀରଜ ଜିତିଥିଲେ। ଚଳିତ ବର୍ଷ ସେ ପ୍ରଥମେ ଦୋହା ଡାଇମଣ୍ଡ ଲିଗ୍‌ରେ ଚାମ୍ପିୟନ ହୋଇଥିଲେ। ଏହାପରେ ଆହତ ସମସ୍ୟା ଯୋଗୁ ସେ ପଡ଼ିଆରୁ ଦୂରେଇ ରହିଥିଲେ। ଏବେ ସେ କମବ୍ୟାକ୍‌ କରିବା ସହ ଲାଉସେନ ଡାଇମଣ୍ଡ ଲିଗ୍‌ର ଟାଇଟଲ ଜିତିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mEqPGiR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages