୩ଶହ ମିଟର ବୋରୱେଲରେ ଖସିପଡ଼ିଲା ୩ ବର୍ଷର ଝିଅ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 6, 2023

୩ଶହ ମିଟର ବୋରୱେଲରେ ଖସିପଡ଼ିଲା ୩ ବର୍ଷର ଝିଅ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

ଖେଳୁ ଖେଳୁ ବୋରୱେଲ ଭିତରେ ଖସି ପଡ଼ିଲା ୩ ବର୍ଷର ଝିଅ । କୁନି ଝିଅଟି ବଞ୍ଚିବା ପାଇଁ ଆକୁଳ ଚିତ୍କାର କରୁଥିବା ବେଳେ ନିରୂପାୟ ବାପାମା’ ବାହାରେ କେଳବ ଆଖିରୁ ଲୁହ ଗଡ଼ାଉଛନ୍ତି। ଅପରପକ୍ଷେ, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଥିବା ବେଳେ ଖୁବ୍‌ ଶୀଘ୍ର ପିଲାଟିକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯିବ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ଘଟିଛି।

ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ କିଛି ବର୍ଷ ପୂର୍ବେ ଜଣେ ଚାଷୀ ପାଣି ଲାଗି ବୋଲୱେଲ ଖୋଳିଥିଲେ। ତେବେ ୩୦୦ ମିଟର ଖୋଳିଥିଲେ ବି ପାଣି ନ ବାହାରିବାରୁ ସେ ଆଉ ଖୋଳିନଥିଲେ। ସେବେଠୁ ବୋରୱେଲଟି ଖୋଲାଥିବା ବେଳେ ଛୋଟ ଝିଅଟି ଅଜାଣତରେ ସେଥିରେ ଖସିପଡିଛି।

ଝିଅକୁ ଖୋଜି ଖୋଜି ପରିବାର ଲୋକେ ପାଇ ନ ଥିବା ବେଳେ ବୋଲୱେଲ ଭିତରୁ କାନ୍ଦ ଶବ୍ଦ ଶୁଣିବାକୁ ପାଇଥିଲେ। ଏନେଇ ସେମାନେ ସ୍ଥାନୀୟ ପୁଲିସ୍‌କୁ ଜଣାଇବାରୁ ତୁରନ୍ତ ପୁଲିସ୍‌ ସମେତ ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।

ସ୍ଥାନୀୟ ପ୍ରଶାସନ ସୂଚନା ଅନୁଯାୟୀ, ବୋରୱେଲ ପାଖରେ ସମାନ୍ତରାଳ ଭାବେ ଖୋଳା ଚାଲିଛି। ଆଉ କିଛି ସମୟ ମଧ୍ୟରେ ଝିଅ ପାଖରେ ପହଞ୍ଚିଯିବ ଉଦ୍ଧାରକାରୀ ଟିମ୍ । ଅନ୍ୟପଟେ ଝିଅକୁ ଅକ୍ସିଜେନ ଯୋଗାଣ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଝିଅଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Z6IVCB1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages