ଦୋକାନ ଉପରେ ମାଡ଼ିଗଲା ସିଏମସିର ପାଇଖାନା ଟାଙ୍କି ସଫା ଗାଡ଼ି। ଏପରି ଘଟଣା ଘଟିଛି କଟକ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ହରିଣପାର୍କ ବସ୍ତିରେ। ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ଗୋଟେ ଘର ଓ ଦୋକାନ ଘର ଭାଙ୍ଗି ଚୂରମାର ହୋଇଯାଇଛି। ଆହତଙ୍କ ମଧ୍ୟରେ ଜଣେ ଗାଡ଼ି ଡ୍ରାଇଭର ଥିବା ବେଳେ ଅନ୍ୟ ଜଣେ ବସ୍ତିର ଲୋକ ଅଛନ୍ତି। ଡ୍ରାଇଭରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ପାଇଖାନା ସଫା ପାଇ ଆଜି ଭୋର ସମୟରେ ସିଏମସିର ପାଇଖାନା ଟାଙ୍କି ସଫା ଗାଡ଼ି ଯାଉଥିଲା। ହରିଣପାର୍କ ବସ୍ତି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୋକାନ ଘର ଉପରେ ମାଡ଼ି ଯାଇଥିଲା। ଦୋକାନ ଘର ନିକଟରେ ଥିବା ଏକ ଘର ମଧ୍ୟ ଭାଙ୍ଗି ଯାଇଥିଲା। ଗାଡ଼ି ଡ୍ରାଇଭର କାଚ ଭାଙ୍ଗି ବାହାରକୁ ପଳାଇ ଆସିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଦୁର୍ଘଟଣାରେ ବସ୍ତିରେ ଜଣେ ଲୋକ ଆହତ ହୋଇଥିଲେ।
ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଏପରି ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି। ପୁଲିସ ପହଞ୍ଚି କ୍ରେନ ସାହାଯ୍ୟରେ ଗାଡ଼ିକୁ ବାହାର କରିଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଦୋକାନ ଘର ଉପରେ ଗାଡ଼ି ମାଡ଼ି ଯିବାରୁ ବହୁ ଜିନିଷପତ୍ର ନଷ୍ଟ ହୋଇଯାଇଛି। ଏହାର କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/QXnGoZ6
No comments:
Post a Comment