ଆଜ ଆଡପ ମଣଡପ ବଜ କରବ ଚତରଦଧମରତତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 21, 2023

ଆଜ ଆଡପ ମଣଡପ ବଜ କରବ ଚତରଦଧମରତତ

ଆଜି ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର।ସକାଳୁ ସକାଳୁ ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।  ଆଜି ସନ୍ଧ୍ୟା ଯାଏଁ ରଥ ଉପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ। ଏହାପରେ ଆରମ୍ଭ ହେବ ଆଡପ ମଣ୍ଡପ ବିଜେ। ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ମହାବାହୁ। ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଚାଲିଛି।

ଜନ୍ମବେଦୀରେ ଅବସ୍ଥାନ ପରେ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଲୀଳାଖେଳା। ଶୁକ୍ରବାରଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଉ ଏଥିପାଇଁ ଉତ୍କଣ୍ଠା ସହରେ ଅନାଇ ରହିଛନ୍ତି ଶ୍ରଦ୍ଧାଳୁ ।

ସୂଚନାଯୋଗ୍ୟ, ଗତକାଲି ପୁରୀରେ ରଥ ଟଣା ହୋଇଥିଲା। ମାଉସୀ ମାଆ ଭମନ୍ଦି ନିକଟରେ ଅଟକିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ  ଦେବୀ ସୁଭଦ୍ରାଙ୍କ ବଡ଼ଶଙ୍ଖ ନିକଟରେ ଅଟକି ଥିବା ଦର୍ପଦଳନରଥକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଟାଣି ଶରଧାବାଲିରେ ଲଗାଇଥିଲେ।  ମଙ୍ଗଳବାର ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PsI2Sph

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages