ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ ଫେଲ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।
ରେଳ ମନ୍ତ୍ରୀ କହିଛନ୍ତି, ଏହି ଦୁର୍ଘଟଣାର ତଦନ୍ତ ଶେଷ ହୋଇଯାଇଛି। ରେଳ ସେଫ୍ଟି କମିଶନର ଖୁବ୍ଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ କରିବେ। ତାଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦୁର୍ଘଟଣାସ୍ଥଳ ପରିଦର୍ଶନରେ ଆସିଥିଲେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ମରାମତି କାମ ଜୋରସୋରରେ ଚାଲିଛି। ଗୋଟିଏ ଟ୍ରାକର ମରାମତି କାମ ପ୍ରାୟ ଶେଷ ହୋଇଯାଇଛି। ବିଦ୍ୟୁତୀକରଣ କାମ ମଧ୍ୟ ଜୋରସୋରରେ ଚାଲିଛି। ଆଜି ଗୋଟିଏ ଟ୍ରାକକୁ ସ୍ୱାଭାବିକ କରିବାକୁ ପ୍ରୟାସ କରାଯାଉଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନ ଗୁଡ଼ିକର ବଗିଗୁଡ଼ିକୁ ରେଳ ଧାରଣାରୁ ହଟାଇ ଦିଆଯାଇଛି। ସମସ୍ତ ମୃହଦେହକୁ ମଧ୍ୟ ଉଦ୍ଧାର କରାଯାଇସାରିଛି। ପୂରା ଅପରେସନ ତ୍ୱରିତ ବେଗରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ଶେଷ କରି ଏହି ରୁଟ୍ରେ ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି।
ଗତକାଲି ଠାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ କ୍ୟାମ୍ପ କରି ଅଛନ୍ତି ଓ ପୁନରୁଦ୍ଧାର କାର୍ଯ୍ୟକୁ ନିଜେ ତଦାରଖ କରୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/gODZutc
No comments:
Post a Comment