ରେଳ ଦୁର୍ଘଟଣା: ମୃତଦେହ ସଂପର୍କରେ ଜାଣିବାକୁ BMC ଜାରି କଲା ହେଲପ ଲାଇନ ନମ୍ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 3, 2023

ରେଳ ଦୁର୍ଘଟଣା: ମୃତଦେହ ସଂପର୍କରେ ଜାଣିବାକୁ BMC ଜାରି କଲା ହେଲପ ଲାଇନ ନମ୍ବର

ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍‌ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି। ଭୁବନେଶ୍ୱରକୁ ଅଣାଯାଇଥିବା ୧୬୦ ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ ହେଲା ୧୯୨୯। ଏହି ନମ୍ବରକୁ ଫୋନ୍ କରି ସମ୍ପର୍କୀୟ ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୬୦ଟି ମୃତଦେହ ସଂରକ୍ଷିତ ଭାବେ ରଖାଯାଇଛି। ସଂପର୍କୀୟ ମାନେ ମୃତଦେହ ନେବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲିବେ। ସେମାନେ କୌଣସି ପ୍ରକାର ହଇରାଣ ନ ହେବା ପାଇଁ ବିଏମସି ପକ୍ଷରୁ ହେଲପ ଲାଇନ ଜାରି କରାଯାଇଛି। ସେମାନେ ଏହି ନମ୍ବରରେ ଫୋନ୍ କରି ମୃତଦେହ ସଂପର୍କରେ ଜାଣିପାରିବେ।

ମୃତଦେହ ସମ୍ପର୍କରେ ଜାଣିବାକୁ ଯେଉଁସବୁ ଫୋନ୍ ଆସିବ, ତାର ସଠିକ୍ ସୂଚନା ଦେବାକୁ ୫ ଜଣ ପିଲା ନିଯୁକ୍ତି କରାଯାଇଛି। ଏହାସହ ରାଜ୍ୟ ସରକାର ପକ୍ଷରୁ କିଛି ଅଫିସରକୁ ମଧ୍ୟ ନିଯୁକ୍ତି କରାଯାଇଛି।

ବିଏମସି କମିଶନର ଆହୁରି କହିଛନ୍ତି, ବିଏମସି ୱେବସାଇଟରେ ମୃତକଙ୍କ ଫଟୋ ଓ ବିବରଣୀ ସ୍ଥାନିତ ହେବ। ମୃତଦେହ ସମ୍ପର୍କୀୟ ଏଥିରୁ କିଛି ସାହାଯ୍ୟ ପାଇପାରିବେ। ଏହାସହ ସଂପର୍କୀୟ ଚାହିଁଲେ ଭୁବନେଶ୍ୱରରେ ମୃତଦେହ ସଂସ୍କାର କରିପାରିବେ।

ସୂଚନାଯୋଗ୍ୟ, ବାଲେଶ୍ୱର ବାହାନଗାରେ ଶନିବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୧୭୫ ଆହତଙ୍କ ମଧ୍ୟରୁ ୭୯୩ ଜଣ ଡିସଚାର୍ଜ ହୋଇଥିବା ବେଳେ ଏବେ ବି ୩୮୨ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/z6o2via

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages