ରତ ଅଧର ବ ମଳବ ଖଦୟ ଏହ ରଜୟର 24x7 ଖଲ ରହବ ରଷଟରଣଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 4, 2023

ରତ ଅଧର ବ ମଳବ ଖଦୟ ଏହ ରଜୟର 24x7 ଖଲ ରହବ ରଷଟରଣଟ

ଏଣିକି ହରିୟାଣାରେ ଥିବା ରେଷ୍ଟୁରାଣ୍ଟ ୨୪ ଘଣ୍ଟା ଖୋଲା ରହିବ । ରାତି ଅଧରେ ବି ମିଳିବ ଖାଦ୍ୟ। ଏପରି ନିଷ୍ପତ୍ତି ସମ୍ପର୍କରେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଘୋଷଣା କରିଛନ୍ତି ।

ଗତ କିଛି ଦିନ ତଳେ ହରିୟାଣା ରାଜ୍ୟର ରେଷ୍ଟୁରାଣ୍ଟ ୟୁନିୟନ ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ରାତିରେ ବି ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଥିଲେ। ଫଳରେ ରାତି ଅଧରେ ବି ଭୋକିଲା ଲୋକେ ଖାଦ୍ୟ ପାଇପାରିବେ ବୋଲି ସେମାନେ କହିଥିଲେ।

ରେଷ୍ଟୁରାଣ୍ଟ ୟୁନିୟନର ଦାବି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ଖାଦ୍ୟ ଓ ଯୋଗାଣ ବିଭାଗ ବିଭାଗ ମନ୍ତ୍ରୀ ଉପସ୍ଥିତ ଥିଲେ।

ଏହି ନିଷ୍ପତ୍ତି ଘୋଷଣା ହେବା ପରେ ଆଉ କେହି ରାତିରେ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ଧମକ ଦେଇ ପାରିବେନି । ଏନେଇ ଖାଦ୍ୟ ଓ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ଚୌଟାଲା କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/gBQXznW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages